ପୁସ୍ତକ ଲୋକାର୍ପଣ ସମାରୋହ

0

ବିଂଝାରପୁର (ସଂକେତ ଖବର) ଆଜି ପବିତ୍ର ରଜ ସଂକ୍ରାନ୍ତି ଅବସରରେ ବିଂଝାରପୁର ନିକଟସ୍ଥ ଯାଜପୁର ବ୍ଲକର ଶ୍ରୀ ବନବିହାରୀ ମଠ ପରିସରରେ ଔପନନ୍ୟାସିକ ଜଗନ୍ନାଥ ଧଳଙ୍କର ରଚିତ ପୌରାଣିକ ଉପନ୍ୟାସ “ମହାସମାରୋହ” ଓ କାହାଣୀ ଧର୍ମୀ ପୁସ୍ତକ “ପଞ୍ଚକନ୍ୟ” ଲୋକାର୍ପିତ ହୋଇଯାଇଛି l ଏହି ଅବସରରେ ପ୍ରାଧ୍ୟପକ ତଥା ବିଶିଷ୍ଟ ସାହିତ୍ୟିକ ଅଜୟ କୁମାର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର କିଟ ଓ କିସର ସମାଜ କଲ୍ୟାଣ ନିର୍ଦ୍ଧେସିକା ସୁଶ୍ରୀ କାବ୍ୟା ପ୍ରିୟଦର୍ଶିନୀ ଯୋଗଦାନ କରିଥିଲେ l ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ଼. ଶ୍ରୀହରି ଧଳ, ସମ୍ମାନୀତ ଅତିଥିଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଅଧ୍ୟାପକ ଦାମୋଦର ବେହେରା, ଶିକ୍ଷାବିତ ପୁଷ୍ପକାନ୍ତ ମଲିକ ଯୋଗଦାନ କରିଥିଲେ l ସଭାର ପ୍ରାରମ୍ଭରେ ମଠାଧୀଶ ଗୋଲଖ ଚନ୍ଦ୍ର ପଣ୍ଡା ମଙ୍ଗଳାଷ୍ଟ ପାଠ କରିବା ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ପରେ ପରେ ଶ୍ରୀଧଳଙ୍କ ରଚିତ ପୌରାଣିକ ଉପନ୍ୟାସ ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବା ବେଳେ ପଞ୍ଚକନ୍ୟ ମୁଖ୍ୟ ଅତିଥି ସୁଶ୍ରୀ କାବ୍ୟା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା lଏହି ଅବସରରେ ଶିକ୍ଷାବିତ ପୁଷ୍ପକାନ୍ତ ମଲିକ,ବିଶିଷ୍ଟ ସାହିତ୍ୟିକ କହ୍ନlଇ ଚାରଣ ମହାନ୍ତି, କୃଷ୍ଣ ଚରଣ ଥାଟୋଇ, ପ୍ରଦୀପ କୁମାର ଜେନା, ରତିକାନ୍ତ ସାମଲ, ସାହିତ୍ୟ ସ୍ରଷ୍ଠା ନଟବର ଦାସ, ପ୍ରଶାନ୍ତ କୁମାର ରାଉତରାୟ, ଶିଶୁ ସାହିତ୍ୟିକ ଗିରିଧାରୀ ସ୍ୱାଇଁଙ୍କୁ ଉତ୍ତରିୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ମୁଖ୍ୟ ଅତିଥି ସୁଶ୍ରୀ କାବ୍ୟା ପ୍ରିୟଦର୍ଶିନୀ ଶ୍ରୀ ଧଳଙ୍କର ରଚିତ ପଞ୍ଚକନ୍ୟା ଗଳ୍ପ ସଂକଳନଟି ତାଙ୍କୁ ବେଶ ପ୍ରଭାବିତ କରିଥିବାବେଳେ ଯୁଗେ ଯୁଗେ ଯେଉଁ ଜାତି ଯେଉଁ ସଭ୍ୟତା ନାରୀ ଜାତିକୁ ସାମ୍ମନ ପ୍ରଦର୍ଶନ କରିଛି ସେ ଜାତି ସେତେ ଉନ୍ନତ ବୋଲି କହିଥିବା ବେଳେ ଧଳଙ୍କ ରଚିତ ପଞ୍ଚକନ୍ୟା ତାହାରି ଉପରେ ଆଧାରିତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ l ସମ୍ପ୍ରତି ସମାଜରେ ମଣିଷ ଜାତି ଯନ୍ତ୍ରଚାଳିତ ହୋଇଯାଉଥିବା ବେଳେ ସାହିତ୍ୟିକ ମାନେ ନିରୁତ୍ସାହିତ ନହୋଇ ଯୁଗ ଉପଯୋଗୀ କାବ୍ୟ କବିତା ଓ ନାଟକ ରଚନା କରିବା ପାଇଁ ପଣ୍ଡିତ ଭୂପତି ଭୂଷଣ ମିଶ୍ର ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟପକ କୀର୍ତନ ବିହାରୀ ସାମଲ, ରବିନାରାୟଣ ନାୟକ, ଗୋପାଳ ଚନ୍ଦ୍ର ନାୟକ, ଗୋବରଧନ ପ୍ରଧାନ, ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

You cannot copy content of this page