ସାନଭାଇର ପନକୀ ଚୋଟ ରେ ବଡଭାଇ ଗୁରୁତର

0

ବଲାଙ୍ଗିର (ସଙ୍କେତ ଖବର): ସାନଭାଇର ପନିକୀ ଚୋଟରେ ବଡଭାଇ ଗୁରୁତର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ବଡ଼ ଭାଇ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ମେହେରମୁଣ୍ଡା ଗାଁରେ ।  ଆଜି ଭଗବାନ ଭୋଇଙ୍କ ପୁଅକୁ, ତାଙ୍କର ସାନଭାଇ ପ୍ରହ୍ଲାଦ ଭାଇ ମାଡ ମାରିଥିଲା । ଏହାକୁ ନେଇ ଦୁଇ ଭାଇଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ଖଣ୍ଡ ଯୁଦ୍ଧ ।ସାନଭାଇ ପ୍ରହ୍ଲାଦ ହଠାତ ଏକ ଧାରୁଆ ପନକୀ ଆଣି ବଡଭାଇକୁ ଆକ୍ରମଣ କରିଥିଲା । ଲହୁଲୁହାଣ ହୋଇ ବଡଭାଇ ତଲେ ପଡିଯିବା ପରେ ଫେରାର ମାରିଥିଲା ସାନଭାଇ । ପରିବାର ଲୋକେ ଭଗବାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି। ଭଗବାନଙ୍କ ମୁଣ୍ଡରେ ୧୪ ଟି ଷ୍ଟିଚ ପଡିଛି । ସେପଟେ ଏନେଇ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page