ସୋହେଲା ପୋଲିସ ଦ୍ୱାରା ୨୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ
![](https://www.sanketkhabar.com/wp-content/uploads/2020/06/IMG_20200604_133738.jpg)
ବରଗଡ଼(ସଙ୍କେତ ଖବର)
ବରଗଡ଼ ଜିଲା ସୋହେଲା ଥାନା ପୋଲିସ ୨୩.୩୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଜୁରଟିକ୍ରା ଗ୍ରାମର ଅର୍ସଦ ଓରଫ ରାଜା ଖାଁ(୩୨) ଏବଂ ସୋହେଲା ଥାନା ଅନ୍ତର୍ଗତ ବିନ୍ଧାନପାଲି ନିବାସୀ ବିକ୍ରମ ସାହୁ(୨୮) ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏମାନେ ରାୟପୁରରୁ ବରଗଡ଼ ପଟକୁ ଅସୁଥିବାବେଳେ ଲୁହୁରାଚଟି ଛକରେ ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ବ୍ରାଉନ ସୁଗର ଜବତ କରିଥିଲା। ଏ ନେଇ ସୋହେଲା ଥାନାରେ କେସ୍ ନଂ ୬୩/୨୦ରେ ଏକ ମାମଲା ରୁଜୁ ହୋଇଛି।