କଳାହାଣ୍ଡି (ସଙ୍କେତ ଖବର): କଳାହାଣ୍ଡି ପୋଲିସ ଆଜି ଧଳା ଜହର କାରବାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୪୦ ଗ୍ରାମ ଧଳା ଜହର ,୨ ଟି ମୋବାଇଲ ଫୋନ, ଗୋଟିଏ କାର ଜବତ କରିଛି । କଳାହାଣ୍ଡି ଏସପିଙ୍କ ସୂଚନା ଅନୁଯାୟୀ ଏହି ଦୁଇ ଅଭିଯୁକ୍ତ ଭବାନୀପାଟଣା ସହରର ଯୁବ ପିଢିଙ୍କୁ ଏହି ନିଶା ସେବନ ପାଇଁ ପ୍ରୋତ୍ସାହିତ କରିବା ସହ ବିକ୍ରି କରୁଥିଲେ । ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଜବତ ହୋଇଥିବା ପାଉଡ଼ର କେଉଁ ପ୍ରକାରର ତାର ପରୀକ୍ଷଣ ପାଇଁ ଫୋରେନ୍ସିକ ଲ୍ୟାବକୁ ପିଠା ଯାଇଥିବା ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ।

Leave a Reply

Your email address will not be published. Required fields are marked *

You cannot copy content of this page