ବ୍ରହ୍ମପୁର;ଶୋଇଥିବା ବେଳେ ଜଳିଗଲେ ୩ ଜଣ

0

ବ୍ରହ୍ମପୁର(ସଙ୍କେତ ଖବର)

ବ୍ରହ୍ମପୁର ରେ ଅଘଟଣ, ଶୋଇଥିବା ବେଳେ ଜଳିଗଲେ ୩ ଜଣ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରି ଅଘଟଣ।ମୃତକଙ୍କ ମଧ୍ୟରେ ବିଜେଡି ର ବରିଷ୍ଠ ନେତା ଅଲେଖ ଚୌଧୁରୀ ଥିବା ଜଣାପଡିଛି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଅଲେଖ ଙ୍କ ସହିତ ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ର ସଠିକ ପରିଚୟ ମିଳି ପାରିନାହିଁ । ଘରେ ରାତି ରେ ଶୋଇଥିବା ସମୟରେ ପ୍ରାୟ ରାତି ୨ ଟା ବେଳେ ଏସି ରୁ ନିଆଁ ଲାଗି ହୁ ହୁ ହୋଇ ଜଳି ଥିଲା ।

ଖବର ପାଇ ଅଗ୍ନି ଶମ ବିଭାଗ ର ସ୍ବତନ୍ତ୍ର ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ଜଣ ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ସମସ୍ତ ୩ ଜଣକୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ମୃତକ ଙ୍କ ଶରୀର ରେ କୌଣସି ଆଘାତ ଚିହ୍ନ ନାହିଁ। ଶ୍ଵାସରୁଦ୍ଧ ହୋଇ ଏମାନଙ୍କ ର ମୃତ୍ୟୁ ଘଟିଥିବା କୁହାଯାଇଛି। ଅଗ୍ନି ଶମ ବିଭାଗ ଓ ପୋଲିସ ଘଟଣା ର ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page