ଆସନ୍ତା କାଲି ଠାରୁ ଗଡିବ ରାଜ୍ୟର ସବୁ ଘରୋଇ ବସ

0

ଯାଜପୁର; ଆସନ୍ତା କାଲି ଠାରୁ ସାରା ରାଜ୍ୟ ରେ ଗଡିବ ଘରୋଇ ବସ, ଏ ନେଇ ଆଜି ଚଣ୍ଡିଖୋଲ ଠାରେ ଘରୋଇ ବସ ମାଲିକ ସଂଘର ଏକ ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ସଂଘ ସହିତ ରାଜ୍ୟ ସରକାର ଙ୍କ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ସଂଘର କେତେକ ଦାବିକୁ ମାନିଛନ୍ତି, ଅନ୍ୟ କେତେକ ଦାବିକୁ ମାନି ନେବେ ବୋଲି ଆଶା ରଖିଛି ସଂଘ। କାଲି ଠାରୁ ବସ ଚଳାଚଳ କଲେ ବସ ମାଲିକ ମାନେ କ୍ଷତି ସହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତଥାପି ସାଧାରଣ ଲୋକଙ୍କ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ସଂଘ ବସ ଚଳାଇବାକୁ ନିଷ୍ପତ୍ତି ନେଇଛି। ବସ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍ପର ମାନଙ୍କୁ ଜୀବନବୀମା ରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି ସଂଘ।ଆଜିର ଏହି ବୈଠକରେ ସଂଘର ସମସ୍ତ କାର୍ଯ୍ୟକର୍ତା ଏବଂ ଜିଲା ସଂଘର ପ୍ରତିନିଧି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page