ବ୍ୟାସନଗର : ପୂର୍ବତନ ପୌରପାଳ ହୃଷିକେଶ ରାଉତଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

0

ବ୍ୟାସନଗର(ସଙ୍କେତ ଖବର): ଯାଜପୁର ଜିଲ୍ଲାର ବରିଷ୍ଠ ଆଇନଜୀବି ତଥା ବ୍ୟାସନଗର ପୌରପାଳିକାର ପୂର୍ବତନ ନଗରପାଳ ଓ ଯାଜପୁର ରୋଡ ଓକିଲ ସଂଘର ବରିଷ୍ଠ ଆଇନଜୀବି ହୃଷିକେଶ ରାଉତଙ୍କର ଆଜି ମଧ୍ୟାହ୍ନ ସମୟରେ ଦେହାନ୍ତ ହୋଇ ଯାଇଅଛି । ତାଙ୍କ ବିୟୋଗ ରେ ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି ।ସ୍ୱର୍ଗତ ରାଉତ ଏକାଧାରା ରେ ଜଣେ ଆଇନଜୀବି, ରାଜନେତା, ସମାଜସେବୀ ଥିଲେ। ବ୍ୟାସନଗର ପୌରପରିଷଦ ରେ ନଗରପାଳ ଥିବା ସମୟରେ ଅନେକ ବିକାଶ ମୂଳକ କାର୍ଯ୍ୟକରିଥିଲେ । ସେ ଜଣେ ନିର୍ଭୀକ ସାହସୀ ସାଲିସ ବିହୀନ ନେତା ଥିଲେ। ସରକାରୀ ଓକିଲ ଭାବରେ ତାଙ୍କ ବିଶେଷ ଖ୍ୟାତି ମଧ୍ୟ ରହିଥିଲା।

ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଆଜି ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମର ଶରୀରକୁ ଯାଜପୁର ରୋଡ କୋର୍ଟ ପରିସରକୁ ନିଆ ଯାଇ ଆଇନଜୀବିଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।ସ୍ୱର୍ଗତ ରାଉତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ୱର୍ଗତ ରାଉତଙ୍କ ମୃତ୍ୟୁ ରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଗଭୀର ଶୋକ ପ୍ରକଟ କରି ଛନ୍ତି । ସେହିପରି ସୁକିନ୍ଦା ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡ଼ାଇ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଅଣସଂଗଠିତ ଶ୍ରମିକ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି, ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନର ସଭାପତି ବିବେକା ନନ୍ଦ ମହାନ୍ତିଙ୍କ ସମେତ ବହୁ ଆଇନଜୀବି, ବିଭିନ୍ନ ଦଳର ରାଜନେତା ଶୋକ ବ୍ୟକ୍ତ କରିବା ସଂଗେ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page