ସାଇକେଲ ଚଲାଇବା କୁ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତା
![](https://www.sanketkhabar.com/wp-content/uploads/2020/06/FB_IMG_1591158349228-1024x1015.jpg)
ନୂଆଦିଲ୍ଲୀ(ସଂକେତ ଖବର)
ଆଜି ବିଶ୍ୱ ସାଇକେଲ ଦିବସ। ଏହି ଦିବସ କୁ ନେଇ ଆଜି ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ବାର୍ତା ଦେଇଛନ୍ତି। ସାଇକେଲର ଅଧିକ ବ୍ୟବହାର କଲେ ନିଜେ ସୁସ୍ଥ ରହିବା ସହିତ ପରିବେଶ କୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିପାରିବେ। ଧୀରେ ଧୀରେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଲୋକେ ସାଇକେଲ ବଦଳ ରେ ମଟର ସାଇକେଲ, କାର ଆଦି ଅଧିକ ବ୍ୟବହାର କରୁଛନ୍ତି।ଫଳରେ ପ୍ରଦୂଷଣ ବଢୁଛି। କିନ୍ତୁ ସାଇକେଲ ବ୍ୟବହାର କରିବା କ୍ଷେତ୍ରରେ ଯେଉଁ କେତେକ ବ୍ୟକ୍ତି ସବୁବେଳେ ଚର୍ଚ୍ଚା ରେ ଥାନ୍ତି, ସେମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ନାଁ ସବୁଠାରୁ ଅଧିକ ଚର୍ଚ୍ଚା ରେ। କାରଣ ସେ ନିଜ ନିର୍ବାଚନ ମଣ୍ଡଳୀ ରେ ସାଇକେଲ ରେ ବୁଲି ଲୋକଙ୍କୁ ଭେଟନ୍ତି। ସାଧାରଣ ଜୀବନଶୈଳୀ ପାଇଁ କେନ୍ଦ୍ରମନ୍ତ୍ରୀ ସାରା ଦେଶ ରେ ପ୍ରଶଂସା ସାଉଁଟିଛନ୍ତି। ଆଜି ଏହି ସାଇକେଲ ଦିବସ ରେ ଅନ୍ୟ ମାନଙ୍କୁ ସାଇକେଲ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି।