ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେଲେ ପ୍ରଦୀପ ବିଶ୍ୱାଳ

ବ୍ୟାସନଗର (ସଙ୍କେତ ଖବର): ଆଜି ରାଜ୍ୟ ସରକାର ବ୍ୟାସନଗର ମହାବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଥିବା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି କମିଟିରେ ସଭାପତି ଭାବେ ବରିଷ୍ଠ ପ୍ରଶାସକ ପ୍ରଦୀପ ବିଶ୍ୱାଳ, ସଭ୍ୟ ଭାବେ ପୂର୍ବତନ ନଗରପାଳ ରସାନନ୍ଦ ମହନ୍ତି, ସରୋଜିନୀ ବଳ, ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ସାମଲ, ତରୁଣ କୁମାର ଦାସ, ଶଶିଭୂଷଣ ଉପାଧ୍ୟାୟ, ଡ.କୁଶଚନ୍ଦ୍ର ପ୍ରଧାନ, ବିନୋଦ ବିହାରୀ ସାହୁ ମନୋନୀତ ହୋଇଛନ୍ତି ।