ମୁଣ୍ଡଳୀ ରେ ବୋଟ ଦୁର୍ଘଟଣା, ମୃତକ ଙ୍କ ସ୍ମୃତିରେ ସମୁହ ଦୀପ ଦାନ ଓ ମହମବତୀ ଶୋଭାଯାତ୍ରା

0

ଦଶରଥପୁର(ସଂକେତ ଖବର): ହାତୀ ଉଦ୍ଧାର ସମୟରେ ମହାନଦୀର ମୁଣ୍ଡୁଳୀ ବ୍ୟାରେଜ ଠାରେ ସଳିଳ ସମାଧୁ ନେଇଥିବା ବିଶିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପାଇଁ ମଂଗଳପୁର ବଜରା ଠାରେ ସମୂହ ଦୀପଦାନ ଓ ମହମବତୀ ସୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଦଶରଥପୁର ବ୍ଲକ ସାମ୍ବାଦିକମାନଙ୍କ ଦ୍ବାରା ଆଜି ସଂଧ୍ୟା ସମୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳଗତ ନିର୍ବିଶେଷରେ ୨୦୦ରୁ ଉର୍ଦ୍ଧ୍ବ ଅଂଚଳବାସୀ ସାମିଲ ହୋଇଥିଲେ । ପ୍ରଥମେ ଗାୟତ୍ରୀ ମନ୍ଦିରରେ
ସମସ୍ତେ ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ସହ ପ୍ରଦୀପ ପ୍ରଦାନ କରିଥିଲେ । ପରେ ଏକ ମହମବତୀ ପଟୁଆର ବଜାର ପରିକ୍ରମା କରି
ଥାଲକୁଡି ଶିବ ମନ୍ଦିର ନିକଟରେ ପହଂଚିଥିଲା । ସେଠାରେ ସ୍ବର୍ଗତ ସାମ୍ବାଦିକ ଓ ଯବାନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହି
କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର, ସିପିଏମ ଜିଲ୍ଲା ସଂପାଦକ ମଳୟ ପଣ୍ଡା, ଜୋନ ସଂପାଦକ ସନତାନ ତ୍ରୀପାଠି. ବ୍ରାଞ୍ଚ
ସଂପାଦକ ଅଭୟ ପଣ୍ଡା, କଂଗ୍ରେସ ବ୍ଲକ ସଭାପତି ଶ୍ୟାମ ସୁନ୍ଦର କର,ପୂର୍ବତନ ସଭାପତି ଦେବେନ୍ଦ୍ର ପଣ୍ଡା, ବିଜେପିର ପ୍ରମୋଦ ପଣ୍ଡା, ଅମିତ ମହାପାତ୍ର, ସୟୁସିଆଇ ନେତା ନୃସିଂହ ଚରଣ ପଣ୍ଡା, ପ୍ରକୃନ ଜିଲ୍ଲା ପରିଷଦ ସଭ୍ୟ ଭରତ ଚନ୍ଦ୍ର ପରିଡା, କବି ସରୋଜ ବିଶ୍ବାଳ, ସରପଂଚ ଆନନ୍ଦ ଚନ୍ଦ୍ର
ବାରିକ, ପ୍ରଶାନ୍ତ ସାହୁ, ଇନ୍ଦ୍ରଜିତ ଦାସ, ପ୍ରୟବ୍ରତ ବିଶ୍ବାଳ, ଏକାଦଶି ତ୍ରୀପାଠି,ରମେଶ ବେହୁରିଆ, ବିପିନ ରାୟ, ଅକ୍ଷୟ ନାୟକ, ସନ୍ତୋଷ ପୃଷ୍ଟି, ଚିନ୍ମ ମାହୁନ୍ତ,ହିମାଂଶୁ ଶେଖର ନାୟକ, ବିଜୟ ବେହେରା, ଅନନ୍ତ କୁମାର ଦାସ, ଉପେନ୍ଦ୍ର
ସାହୁ, ସୁଜନ ସାହୁ, ଧମେନ୍ଦ୍ର ଦଳାଇ, ବିଶ୍ବଜିତ ଖଟୁଆ, ପ୍ରଭୁଦେବ ପଣ୍ଡା,ବାସୁଦେବ ସାହୁ, ଭସ୍ମର ମଲ୍ଲିକ, ଧନଞ୍ଜୟ ଦାସ, ମଦନ ମଲ୍ଲିକ, ରମାକାନ୍ତ
ଦାସ, ପଙ୍ଗଜ ପୃଷ୍ଟି, ସୁବ୍ରତ ସାମଲଙ୍କ ସମେତ ଦଶରଥପୁର ବ୍ଲକର ସମସ୍ତ ସାମ୍ବାଦିକମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page