ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର: ଦୁଇ ମୃତ

0

କନ୍ଧମାଳ (ସଙ୍କେତ ଖବର): କନ୍ଧମାଳ-ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣା ରୁ ପ୍ରକାଶ ଯେ ବ୍ରହ୍ମପୁର ରାଇପଡା ଅଞ୍ଚଳ ର ୪ ଜଣ ବ୍ୟକ୍ତି ଓଡ଼ି-୧୬-୦୯୧୦ ନମ୍ବର ବିଶିଷ୍ଟ ଏକ କାର ରେ ରାଉରକେଲା ଯାଉଥିବା ବେଳେ ଚାରିଛକ ନିକଟସ୍ଥ ଝାଡ଼ରାଜିଙ୍ଗ ଠାରେ କାରଟି ଭାରସ୍ୟାମ ହରାଇ ରାସ୍ତା କଡ଼ର ଏକ ଗଛ ରେ ପିଟି ହୋଇଥିଲା ଏଥିରେ ଘଟଣା ସ୍ଥଳରେ ଜଣେ ମହିଳା ଓ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ରୀନା କମ୍ପା(୩୦) ଓ ଭଗବାନ କମ୍ପା (୩୫)ଉଭୟ ସ୍ୱାମୀ ସ୍ତ୍ରୀ ଦୁଇଜଣ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏପଟେ ମୃତକ ସୁରେନ୍ଦ୍ର ନାୟକ ଓ ପତ୍ନୀ ନମିତା ନାୟକ ବେଲଗୁଣ୍ଠା ବ୍ଲକ ମନ୍ଦାର ଗ୍ରାମର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁରୁଣାକଟକ ପୋଲିସ ଘଟଣାର ତଦନ୍ତ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *

You cannot copy content of this page