ବ୍ୟାସନଗର:ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଣ୍ଟ୍ ଜାଭିୟର୍ସ୍ ସ୍କୁଲ ହାସଲ କଲା ରେକର୍ଡ ।
ବ୍ୟାସନଗର (ସଙ୍କେତ ଖବର)ଆଜି ସିବିଏସଇ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଛି । କୋରାନା କଟକଣା ହେତୁ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିଲା ତେବେ ବୋର୍ଡ ତରଫରୁ ଏକ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଜରିଆରେ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରା ଯାଇଥିବା ବେଳେ ଯାଜପୁର ରୋଡ଼ ସ୍ଥିତ ସେଣ୍ଟ୍ ଜାଭିୟର୍ସ ସ୍କୁଲ୍ ଏ ବର୍ଷ ବାଜିମାତ୍ କରିଛି । ସ୍କୁଲ ତରଫରୁ ମୋଟ ୨୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଦ୍ୟାଳୟ ର ଶତ ପ୍ରତିଶତ ପାସ ହାର ରହିବା ସହିତ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ବିଦ୍ୟାଳୟ ପାଇଁ ଏକ ଗୌରବ ଆଣି ପାରିଛନ୍ତି । ତନ୍ମଧ୍ୟରୁ ଛାତ୍ର ପିୟୁଷ ପ୍ରିୟଦର୍ଶୀ ମହାନ୍ତି ମୋଟ ୫୦୦ ନମ୍ବରରୁ ସର୍ବାଧୂକ ୪୯୭ ନମ୍ବର ରଖି ୯୯.୪ ପ୍ରତିଶତ ହାରରେ ସମଗ୍ର ଯାଜପୁର ଜିଲ୍ଲା ଟପ୍ପର ହୋଇଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେହିପରି ଛାତ୍ରୀ ସିପ୍ରା ଭାରତୀ ଓ ଛାତ୍ର ଅମିତ କୁମାର ନାୟକ ଉଭୟ ୯୮.୬୬ ପ୍ରତିଶତ ନମ୍ବର ରଖି ଦ୍ବିତୀୟ ଏବଂ ଛାତ୍ର ଦିବ୍ୟ ରଞ୍ଜନ ନାୟକ ୯୬·୪ ପ୍ରତିଶତ ନମ୍ବର ରଖ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଫଳାଫଳ ନେଇ ଛାତ୍ର ଛାତ୍ରୀମାନେ ସନ୍ତୁଷ୍ଟ ଥିବା ବେଳେ ଅଭିଭାବକ ମହଲରେ ଖୁସିର ବାତାବରଣ ଖେଳିଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସଫଳତା ନେଇ ବେଶ ଖୁସି ହେବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଦ୍ୟାଳୟର ସଂପାଦକ ରାଜୀବ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।