କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ରେ ସମୀକ୍ଷା ।

0

ଯାଜପୁର (ସଂକେତ ଖବର) ସରକାରୀ ବ୍ୟବସ୍ଥା ମଧ୍ୟରେ ସାଧାରଣ ଲୋକ ମାନଙ୍କୁ ସମୟୋଚିତ ସାମାଜିକ ନ୍ୟାୟ ପ୍ରଦାନ, ସେମାନଙ୍କର ଆବଶ୍ୟକତା ଓ ଅଧିକାରକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ପ୍ରଦାନ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁତ୍ୱ ଦେଇଚ୍ଥନ୍ତି । ବୁଧବାର ଯାଜପୁର ଜିଲ୍ଳ୍‌ା କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟାବଳୀର ସମୀକ୍ଷା କରିବାକୁ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପହଞ୍ଚିଥିଲେ । ସର୍ବ ପ୍ରଥମେ ମା’ ବିରଜାଙ୍କ ଦର୍ଶନ କରିବା ସହ ବିରଜା ମନ୍ଦିରର ଊନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ ।

ସଂସ୍ଥା ବିଭାଗ, ସାଧାରଣ ଓ ବିବିଧ ବିଭାଗ, ରାଜସ୍ୱ, ତଉଜି, ଭୂ ଅର୍ଜନ ବିଭାଗ, ଜୁଡିସିଆଲ, ପଞ୍ଚାୟତରାଜ, ସାମାଜିକ ସୁରକ୍ଷା, ସାମାଜିକ କଲ୍ୟାଣ, ଯୋଗାଣ, ନିର୍ବାଚନ, ପ୍ଳାନିଂ, ଶିକ୍ଷା, ସୂଚନା ଓ ଲୋକ ସଂପର୍କ, ଅବକାରୀ, କ୍ରୀଡା, ମଙ୍ଗଳ ବିଭାଗ, ସୂଚନା ଅଧିକାର, ଅଡିଟ ବିଭାଗ ଇତ୍ୟାଦିର ସମୀକ୍ଷା ସେ କରିଥିଲେ । ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବା ସହ ଊନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ସାମଲ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଳ୍‌ାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ରାଜସ୍ୱ ଆୟୁକ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଳ୍‌ାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଉପଜିଲ୍ଳ୍‌ାପାଳ ଡଃ ଶରତ କୁମାର ମହାପାତ୍ର, ଡେପୁଟୀ କଲେକ୍ଟର କୁଳମଣି ନାୟକ, କାଜଲ ପ୍ରଧାନ, ପ୍ରଜ୍ଞା ହୋତା, ଶୁଭଦର୍ଶନ ମିଶ୍ର, ସହାୟକ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଓ ଅନ୍ୟାନ୍ୟ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You cannot copy content of this page