ନବ ବିବାହିତ ମହିଳା ପ୍ରେମୀକ ସହ ମାରିଲେ ଚମ୍ପଟ

ଯାଜପୁର (ସଙ୍କେତ ଖବର): ଜଣେ ନବ ବିବାହିତା ମହିଳା ବାପ ଘରକୁ ଆସି ନିଜର ପୂର୍ବ ପ୍ରେମୀକ ସହ କେଉଁ ଆଡେ ଫେରାର ହୋଇଯିବା ପରି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଚାଲିଛି ।ଏହ ସମ୍ପର୍କରେ ମହିଳାଙ୍କ ବାପାଙ୍କ ଲିଖିତ ଅଭିଯୋଗକୁ ନେଇ ପୁଲିସ ଉଭୟଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି । ଅଭିଯୋଗ ମୁତାବକ ମଙ୍ଗଳପୁର ଥାନା ଅନ୍ତର୍ଗତ ପଞ୍ଜରା ସାହିର ଜୈନିକା ଯୁବତୀ ଉକ୍ତ ବ୍ଲକ ଅଧିନ ମନ୍ଦାରଖଣ୍ଡ ଅଞ୍ଚଳରେ ବୈଦିକ ରିତୀରେ ବିବାହ କରିଥିଲେ । ନବ ବିବାହିତ ଯୁବକ ଅଷ୍ଟମଙ୍ଗୁଳା ପରେ ପତ୍ନୀଙ୍କୁ ଧରି ଶ୍ୱଶୁର ଘରକୁ ଲେଉଟାଣି ଆସିଥିଲେ ।

ଶ୍ୱଶୁର ଘରେ ଖାଇପିଇ ଯୁବକ ଜଣକ ବିଶ୍ରାମ ନେଉଥିବା ସମୟରେ ପତ୍ନୀ ନିଜ ପରିବାର ଲୋକଙ୍କ ସହ ଲୁଗାପଟା କିଣିବାକୁ ନିକଟସ୍ଥ ଝୁମ୍ପୁରୀ ବଜାରକୁ ଯାଇଥିଲେ । ବଜାରରୁ ଲୁଗାପଟା କିଣିଘରକୁ ଫେରି ସ୍ୱାମୀକୁ ଗାଁର କିଛି ସାଙ୍ଗମାନଙ୍କୁ ଭେଟି ଆସିବା ପରେ ତୁମଘରକୁ ଯିବା ବୋଲି କହି ପତ୍ନୀ ଘରୁବାହାରି ଯାଇଥିଲେ ମଧ୍ୟ ଦୀର୍ଘସମୟ ପର୍ଯ୍ୟନ୍ତ ନଫେରିବାରୁ ଘଟଣାକୁ ନେଇ ଯୁବକ ଜଣକ ଶ୍ୱଶୁରଘର ପରିବାର ଲୋକଙ୍କୁ ପଚରା ଉଚରା କରିଥିଲେ । ପରିବାର ଲୋକେ ବହୁ ସମୟ ଖୋଜାଖୋଜି କରିଥିଲେ ମଧ୍ୟ ପରିବାର ଲୋକଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ । ପରେ କୌଣସି ସୂତ୍ରରୁ ନିଜ ପତ୍ନୀ ତା’ର ପୂର୍ବ ପ୍ରେମୀକ ସହିତ ଫେରାର ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ମହିଳାଙ୍କ ବାପା ମଙ୍ଗଳପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ମଙ୍ଗଳପୁର ପୁଲିସ ବହୁ ସ୍ଥାନ ରେ ଚଢ଼ାଉ କରିଥିଲେ ମଧ୍ୟ ଏଯାଏ ଉଭୟଙ୍କୁ ଠାବ କରି ପାରିନଥିବା ସୂଚନା ମିଳିଛି ।