ବଡ଼ଚଣା ଗାନ୍ଧିସାହିରୁ ୫ ଦିନର ଶିଶୁ କୁ ଉଦ୍ଧାରକଲା ଜିଲା ଶିଶୁ ସୁରକ୍ଷା ୟୁନିଟ

0

ଯାଜପୁର ଜିଲା ବଡ଼ଚଣା ଗାନ୍ଧିସାହିରୁ ୫ ଦିନର ଶିଶୁ  କୁ ଉଦ୍ଧାରକଲା ଜିଲା ଶିଶୁ ସୁରକ୍ଷା ୟୁନିଟ । ଶିଶୁଟିକୁ ଉଦ୍ଧାର କରିବା ପରେ  ଚିକିତ୍ସାଲାଗି  ଯାଜପୁର ମୁଖ୍ୟ ଚିକିତ୍ସାଳୟର ଶିଶୁ ଭବନରେ ଏସ.ଏନ.ସି.ୟୁରେ ଭତି କରାଯାଇଛି । ଶିଶୁ ସୁରକ୍ଷା ୟୁନିଟ୍ ସୂଚନା ଅନୁଯାଇ ଗାନ୍ଧିସାହି ଗ୍ରାମର ଜଣେ ମହିଳାଙ୍କୁ ନବଜାତ ଶିଶୁ ଟିକ୍ୁ କେହି ଜଣେ ବେଆଇନ ଭାବେ ହସ୍ଥାନ୍ତର କରିଥିଲା । ନବଜାତ ଶିଶୁଟିକୁ କିପରି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ମହିଳାଙ୍କ ପାଖକୁ ଆସିଲା ତାହାର ତଦନ୍ତ କରିବାକୁ ଶିଶୁସୁରକ୍ଷା ଟିମ ସେଠାରେ ପହଚିଂଥିଲା । ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ନହେବାରୁ ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ମଙ୍ଗଳ ଅଧିକାରୀ ଙ୍କ ସହ ବଡ଼ଚଣା ଓ ଧର୍ମଶାଳା ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଶିଶୁର ପ୍ରାଥମିକ ଚିକିତ୍ସାପରେ ତାହାକୁ ଜିଲା ପୋଷ୍ୟ ଶିଶୁକେନ୍ଦ୍ରରେ ରଖାଯିବ ବୋଲି ଜିଲା ଶିଶୁସୁରକ୍ଷା ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page