କେନ୍ଦୁଝର:ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର।
![](https://www.sanketkhabar.com/wp-content/uploads/2020/06/IMG_20200604_121719-1024x768.jpg)
କେନ୍ଦୁଝର(ସଂକେତ ଖବର)
କେନ୍ଦୁଝର ଟାଉନ ଥାନା ସିଲୁଆଁ ଛକ ନିକଟରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। କେହି ରାସ୍ତା କଡ ବୁଦା ମୂଳରେ ଫିଙ୍ଗି ଦେଇଥିବା ପଳାଇଥିବା ଅନୁମାନ କରାଯାଉଛି। ଆଜି ସକାଳୁ ପ୍ରାତଃ ଭ୍ରମଣରେ ଚାଲୁଥିବା କିଛି ଲୋକ ଛୁଆଟି ର କାନ୍ଦ ଶୁଣି ବୁଦା ନିକଟକୁ ଯାଇ ଦେଖିଥିଲେ । ଏ ନେଇ ଲୋକେ ସ୍ଥାନୀୟ ଆଶା ଦିଦିଙ୍କ ସହ ଚାଇଲଡ଼ ଲାଇନ କୁ ଖବର ଦେଇଥିଲେ । ଆଶା ଦିଦି ସେଠାରେ ପହଞ୍ଚି ଶିଶୁପୁତ୍ରଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ରାତିସାରା ଖୋଲା ରେ ପଡ଼ିଥିବା ଶିଶୁର ପାଟି ଓ ଆଖି କୁ ପିମ୍ପୁଡି କାମୁଡି ଥିବା ଦେଖିବାକୁ ମିଳିଥିଲା। ଶିଶୁଟିକୁ ଡାକ୍ତର ଖାନାରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି। ଏ ନେଇ ଶିଶୁ ମଙ୍ଗଳ ସମିତି ପକ୍ଷରୁ ତଦନ୍ତ ଜାରି ରହିଛି।