ପିତୃ ମାତୃ ହୀନ ପିଲାଙ୍କୁ ପି ଏମ୍ କେୟାର୍ସ ରେ ସାମିଲ।

0

ଯାଜପୁର
କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ଯାଜପୁର ଜିଲ୍ଲା ରେ ୪ ଜଣ ନାବାଳକ ଓ ପିତୃ ମାତୃ ହୀନ ଶିଶୁ ଚିହ୍ନଟ ହୋଇଥିଲେ। ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପି ଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ , ଶିକ୍ଷା ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି। ସୋମବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର କନଫରେନ୍ସ ହଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେବା ସହ ୪ ଜଣ ପିଲାଙ୍କୁ ୧୦ ଲକ୍ଷ ଟଙ୍କା ର ପି ଏମ୍ କେୟାର୍ସ ପାଶ୍ ବୁକ ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପତ୍ର, ସାର୍ଟିଫିକେଟ ବା ସ୍ନେହ ପତ୍ର,ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ପିଲା ମାନଙ୍କୁ ୧୮ ବର୍ଷ ହେବା ପରେ ଏହି ପାଣ୍ଠି ର ଉପଯୋଗ କରିପାରିବେ ଓ ୨୩ ବର୍ଷ ପରେ ଏହି ପାଣ୍ଠି ର ପୂର୍ଣ୍ଣ ସହାୟତା ଗ୍ରହଣ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ। ଉକ୍ତ ପିଲା ମାନେ ଆଶୀର୍ବାଦ ଯୋଜନା ,ପୃଷ୍ଠପୋଷାକତା ଓ ମଧୁବାବୁ ଯୋଜନା ଆଦିରେ ସାମିଲ କରା ଯାଇଅଛି। ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ୨୩ ବର୍ଷ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଯାଏଁ ସ୍ବାସ୍ଥ୍ୟ ବୀମା ର ସୁବିଧା ପାଇପାରିବେ।ବୀମା ରେ ପ୍ରିମିୟମ ରାଶି ପି ଏମ କେୟାର୍ସ୍ ବହନ କରିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ମିଳିବ। ସରକାର ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଉକ୍ତ ପିଲାମାନଙ୍କୁ ୫୦ ହଜାର ଟଙ୍କା ର ଅର୍ଥରାଶି ଜିଲ୍ଲା ପ୍ରଶାସନ ପ୍ରଦାନ କରିଛନ୍ତି। ଉଚ୍ଚ ଶିକ୍ଷା ରେ ନାମ ଲେଖାଇଲେ ପିଲାମାନେ ନିଶୁଳ୍କ ଋଣ ପାଇ ପାରିବେ । ପିତୃ ମାତୃ ହୀନ ଶିଶୁ ଙ୍କ ବ୍ୟତୀତ ଆହୁରି ୬୬ଜଣ ଶିଶୁ ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ପିତାମାତା ଙ୍କୁ ହରାଇଛନ୍ତି। ୭୩ ଜଣ ଶିଶୁ ଜଣେ ଅଭିଭାବକ ଯିଏକି ପରିବାର ର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି ତାଙ୍କୁ ହରାଇଛନ୍ତି ବୋଲି ସୂଚନା ଦେଇ ଏହି ସମସ୍ତ ପିଲାଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଉଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ସୂଚନା ଦେଇଥିଲେ। ଏହି ଯୋଜନା ଅନ୍ତର୍ଗତ ସେମାନଙ୍କୁ ସିଧାସଳଖ ମାସିକ ଆର୍ଥିକ ସହାୟତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସମୃଦ୍ଧି କୁ ପ୍ରାଧାନ୍ୟ ଦିଆଯାଉଛି। ଜିଲ୍ଲା ରେ ବର୍ତ୍ତମାନ ୧୪୧୬ ପିଲା ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଶିଘ୍ର ସହାୟତା ପ୍ରଦାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲପାଳ ଶ୍ରୀ ମଲ୍ଲିକ କହିଛନ୍ତି। ପ୍ରାରମ୍ଭରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପିତାମାତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିବା ସହ ପିତୃ ମାତୃ ହୀନ ପିଲା ମାନଙ୍କୁ ଆଗକୁ ବଢିବା ଓ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ପି ଏମ୍ କେୟାର୍ସ ସହାୟତା କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମରେ ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ରିତା ବେହେରା ,ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି , ଶୁଭ୍ରାଂଶୁ ଶେଖର ରାୟ,କିଶୋର ନ୍ୟାୟ ପରିଷଦ ର ସଦସ୍ୟ ସୂର୍ଯ୍ୟ ନାରାୟାଣ ମିଶ୍ର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ,ଅତିରିକ୍ତ ମଣ୍ଡଳ ଶିକ୍ଷ୍ୟା ଅଧିକାରୀ ନିର୍ମଳ ଚନ୍ଦ୍ର ଜେନା, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ର ଅଧିକାରୀ ସୁଧାଂଶୁ ମୋହନ ଶତପଥୀ ଶିଶୁ ସୁରକ୍ଷା ୟୁନିଟ ର ତପନ କୁମାର ପଣ୍ଡା, କାଳି ପ୍ରସାଦ ସାହୁ , ଶିଶିର କୁମାର ମଲ୍ଲିକ , ଦୀପକ କୁମାର ସାହୁ ଓ ବିଶ୍ୱନାଥ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ

କୋଭିଡ ସଂକ୍ରମଣ ଓ ତଦ୍ ଜନିତ ପ୍ରଭାବରୁ ପୁରୀ ଜିଲ୍ଲା ରେ ୪ ଜଣ ନାବାଳକ ପିତୃ ମାତୃ ହୀନ ହୋଇଥିଲେ। ଏହି ପିଲାମାନଙ୍କୁ ଭାରତ ସରକାରଙ୍କ ପି ଏମ୍ କେୟାର୍ସ କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କ ଭବିଷ୍ୟତ କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ୧୦ ଲକ୍ଷ ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି। ସୋମବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଭିଡିଓ କନଫରେନ୍ସ ହଲରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗ ଦେବା ସହ ୪ ପିଲାଙ୍କୁ ୧୦ ଲକ୍ଷ ଟଙ୍କା ର ଚେକ୍,ପି ଏମ୍ କେୟାର୍ସ ପାଶ୍ ବୁକ, ସାର୍ଟିଫିକେଟ ବା ସ୍ନେହ ପାତ୍ର,ଓ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ। ଏହି ଅର୍ଥ ପିଲା ମାନଙ୍କୁ ୧୮ ବର୍ଷ ହେବା ପରେ ଏହି ପାଣ୍ଠି ର ଉପଯୋଗ କରିପାରିବେ ଓ ୨୩ ବର୍ଷ ପରେ ଏହି ପାଣ୍ଠି ର ପୂର୍ଣ୍ଣ ସହାୟତା ଗ୍ରହଣ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସୂଚନା ଦେଇଥିଲେ। ଅପରପକ୍ଷରେ କୋଭିଡ ପିତୃ ମାତୃ ହୀନ ଶିଶୁ ଙ୍କ ବ୍ୟତୀତ ଆହୁରି ୧୪ ଜଣ ଶିଶୁ ବିଭିନ୍ନ କାରଣରୁ ଏହି ସମୟ ମଧ୍ୟରେ ପିତାମାତା ଙ୍କୁ ହରାଇଛନ୍ତି। ୯୧୩ ଜଣ ଶିଶୁ ଜଣେ ଅଭିଭାବକ ଯିଏକି ପରିବାର ର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି ତାଙ୍କୁ ହରାଇଛନ୍ତି ବୋଲି ସୂଚନା ଦେଇ ଏହି ସମସ୍ତ ପିଲାଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଉଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସୂଚନା ଦେଇଥିଲେ। ଏହି ଯୋଜନା ଅନ୍ତର୍ଗତ ସେମାନଙ୍କୁ ସିଧାସଳଖ ମାସିକ ଆର୍ଥିକ ସହାୟତା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାରିବାରିକ ସମୃଦ୍ଧି କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ପ୍ରାରମ୍ଭରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପିତାମାତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ବୋଲି କହିବା ସହ ପିତୃ ମାତୃ ହୀନ ପିଲା ମାନଙ୍କୁ ଆଗକୁ ବଢିବା ଓ ଭବିଷ୍ୟତ ସୁରକ୍ଷା ରଖିବା ପାଇଁ ପି ଏମ୍ କେୟାର୍ସ ସହାୟତା କରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ ଇରାନୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁ ମଂଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ଅଧିକାରୀ ବିଶ୍ୱନାଥ ପଣ୍ଡା,,ପି ଓ ଏନ୍ ଆଇ ସି ସ୍ନିଗ୍ଧା ରାଣୀ ସାହୁ,ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ,କାଉନସେଲର ରୋଜାଲିନ ପାତ୍ର, ଅକ୍ଷୟ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page