ଚୀନ ଏୟାରଲାଇନ୍ସ କୁ ଆମେରିକା ମନା !
ଧିରେ ଧିରେ ଆମେରିକା ଚୀନ ଉପରେ ତାର ଆଭିମୂଖ୍ୟକୁ କଠୋର କରୁଥିବାର ଦେଖିବାକୁ ମିଳିଛି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜୁନ୍ ୧୬ରୁ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ ବିମାନ ଉଡାଣ ପରିପ୍ରେକ୍ଷୀରେ ଚୀନ ଏୟାରଲାଇନ୍ସର ସମସ୍ତ ଉଡାଣକୁ ଆମେରିକା ମନା ବୋଲି ସ୍ପଷ୍ଠ କରି ଦେଇଛନ୍ତି।
ଯେଶାକୁ ତେଶା ନ୍ୟାୟରେ ଚୀନର ଆମେରିକା ଉଡାଣ ଉପରେ କଟକଣାର ଜବାବ ଦେଇଛି ଆମେରିକା। କରୋନାକୁ ନେଇ ଦୁଇ ମହାଶକ୍ତି ମଧ୍ୟରେ ଯେଉଁ ବିବାଦ ଚାଲିଥିଲା ସେଥିରେ ଏ ନୂଆ ବିବାଦ ଯୋଡି ହୋଇ ଯାଇଛି। କିନ୍ତୁ ଏହା ମଧ୍ୟରେ ଚର୍ଚ୍ଚା ହେଉଛି ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ଆରମ୍ଭ ହୋଇଥିବା କଳା ଗୋରା ବିବାଦ ଉପରୁ ଦୃଷ୍ଟି ହଟାଇବା ପାଇଁ ଏ ପ୍ରକାରର ନିଷ୍ପତ୍ତି ନେଇଥାଇ ପାରନ୍ତି।
ଆମେରିକାରେ ବର୍ଷବର୍ଷ ଧରି କଳା ଲୋକଙ୍କ ଉପରେ ହୋଇ ଆସୁଥିବା ଅତ୍ୟାଚାରର ସୀମା ଲଂଘି ଯାଇଥିଲା କିଛି ଦିନ ତଳେ ଯେତବେଳେ ଜଣେ କୃଷ୍ଣକାୟଙ୍କର ପୋଲିସ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ସାରା ଦେଶର ସମସ୍ତ କୃଷ୍ଣକାୟ ଏବେ ଏକାଠି ହୋଇ ପ୍ରତିବାଦ କରୁଛନ୍ତି। ଗୋଟିଏ ପଟେ କରୋନା ମୁକା ବିଲାକୁ ନେଇ ଆମେରିକା ବେକାବୁ ଥିବା ବେଳେ ବର୍ଣ୍ଣ ବୈଷମ୍ୟ ଚିନ୍ତା ସାଙ୍ଗକୁ ଚୀନ ବିବାଦ ଏକ ନୂଆ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଆମେରିକାର ଏହି ଯୋଜନାବଦ୍ଧ ରାଜନୀତି ଧାରାରେ ଚୀନକୁ ଦୃଢ ଜବାବ ଦେବା ଟ୍ରମ୍ପ ପ୍ରଶାସନକୁ କିଛିଟା ସାହାଯ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି।
ବିରଞ୍ଚି ନାରାୟଣ ଦାସ