ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅକ୍ସୀଜେନ ପ୍ରକଳ୍ପ ର ଭିତିପ୍ରସ୍ତର ସ୍ଥାପନ।
![](https://www.sanketkhabar.com/wp-content/uploads/2021/06/IMG_20210624_184647-1024x552.jpg)
ଯାଜପୁର (ସଂକେତ ଖବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ମେଡିକାଲ ଅକ୍ସୀଜେନ ସଂରକ୍ଷଣ ଏବଂ ଉତ୍ପାଦିକରଣର ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି ପ୍ରକଳ୍ପ ଫଳରେ ଯାଜପୁର ମେଡ଼ିକାଲ ର ରୋଗୀ ମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଯାଜପୁର ମୁଖ୍ୟ ଡାକ୍ତର ଖାନା ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ଓ ଜ୍ଞାନ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି,ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ, ବିଧାୟିକା ଏବଂ ସାଂସଦ ଉପସ୍ଥିତ ଥିଲେ।