ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର…..

0

ଯାଜପୁର/କଟକ (ସଂକେତ ଖବର ବ୍ୟୁରୋ)

ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆସ୍ଥିତ ଏକ ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଛାତ୍ରୀ ହେଲେ ଭାଗ୍ୟଶ୍ରୀ ସାହାଣୀ,ସେ ଯୁକ୍ତ 3 ର ଛାତ୍ରୀ ଥିଲେ। ଛାତ୍ରୀ ଜଣକ ଟାଙ୍ଗିସ୍ଥିତ ଏକ ଘରୋଇ କଲେଜରେ ପାଠ ପଡୁଥିଲେ । ତାଙ୍କ ଘର ମଙ୍ଗଳପୁର ଥାନା ଇଛାପୁର ବୋଲି ଜଣାପଡିଛି । ଆଜି ସେ କଲେଜ ନଯାଇ ଏକୁଟିଆ ରୁମରେ ରହିଥିଲେ ।  ସନ୍ଧ୍ୟାରେ ତାର ସହପାଠୀ ଆସି ରୁମ ଖୋଲିବା ସମୟରେ ଭିତର ପଟୁ ବନ୍ଦ ରହିଥିଲା । ପରେ ହଷ୍ଟେଲ କତ୍ତୃପକ୍ଷ କବାଟ ଭାଙ୍ଗିଥିଲା ବେଳେ ତାଙ୍କର ମୃତଦେହ ରୁମ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସକୁ ଖବର ଦେବା ସହ ମୃତ ଛାତ୍ରୀର ପରିବାରଙ୍କୁ ଜଣାଇଥିଲେ । ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *

You cannot copy content of this page