ବିରଜା ମହିଳା ମହାବିଦ୍ୟାଳୟ ରେ ଛାତ୍ରୀ ଅଶାନ୍ତି

0

ଯାଜପୁର (ସଙ୍କେତ ଖବର): ବିରଜା ମହିଳା ମହାବିଦ୍ୟାଳୟ ରେ ପୁଣି ଛାତ୍ରୀ ଅଶାନ୍ତି। ଯୁକ୍ତ ୩ଦ୍ୱିତୀୟ ବର୍ଷ ର ଚତୁର୍ଥ ସେମିଷ୍ଟର ପରୀକ୍ଷା ବାତିଲ କରିବା ଦାବିରେ କଲେଜ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ରୀ। ଅଭିଯୋଗ ମୁତାବକ କୋଭିଡ ସମୟରେ କଲେଜ ପକ୍ଷରୁ ଠିକ ଭାବେ ପାଠ ପଢା ହୋଇନଥିବା ବେଳେ ଚତୁର୍ଥ ସେମିଷ୍ଟର ପରୀକ୍ଷା ପାଇଁ ଅଫ ଲାଇନ ମାଧ୍ୟମ ରେ କରିବାକୁ କଲେଜ ପକ୍ଷରୁ ନୋଟିସ ଦିଆଯାଇଛି।

ଏଭଳି ପରିସ୍ଥିତିରେ ପରୀକ୍ଷାକୁ ଅନ ଲାଇନ ମାଧ୍ୟମରେ କରାଯାଉ ନ ହେଲେ ସମ୍ପୂର୍ଣ୍ଣ ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରୀ। ଏ ନେଇ ଏକ ଦାବିପତ୍ର ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୋୖଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦ ରେ ଆଜି ଛାତ୍ରୀ ମାନେ ପରୀକ୍ଷା ବାତିଲ ପାଇଁ ଜିଦ ଧରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page