ବିନା ସିମେଣ୍ଟରେ ନିର୍ମାଣ ହେଲା କଂକ୍ରିଟ୍ ରାସ୍ତା !

0

ଭୁବନେଶ୍ୱର(ସଙ୍କେତ ଖବର)
କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ନିର୍ମାଣଭିତ୍ତିକ ଟେକ୍ନୋଲୋଜି ବିକଶିତ କରିଛନ୍ତି। ପ୍ରଥମ ଥର ଲାଗି ଏହି ଟେକ୍ନୋଲୋଜି ଓଡ଼ିଶାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଜୁନ୍‍ ପ୍ରଥମ ସପ୍ତାହରେ କଟକ ଜିଲ୍ଲା ଅମନପଡ଼ା ଗ୍ରାମ୍ୟ ରାସ୍ତା ନିର୍ମାଣରେ ଏହି ଟେକ୍ନୋଲୋଜିକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଛି। ବିନା ସିମେଣ୍ଟରେ କେବଳ ଶିଳ୍ପ ବର୍ଜ୍ୟ ବ୍ୟବହାର କରି ପ୍ରଦୂଷଣମୁକ୍ତ କଂକ୍ରିଟ୍‍ ରାସ୍ତା ନିର୍ମାଣ କରାଯାଇଛି। ନିର୍ମାଣ କ୍ଷେତ୍ରରେଏହି ଟେକ୍ନୋଲୋଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି କିଟ୍‍ର ଗବେଷକମାନେ ଦାବି କରିଛନ୍ତି।

ସିମେଣ୍ଟ ତିଆରିଯୋଗୁଁ ବ୍ୟାପକ ବାୟୁ ପ୍ରଦୂଷଣ ହେଉଥିବା ସହ ଏଥିପାଇଁ ଅଧିକରୁ ଅଧିକ ପରିମାଣର ଚୂନ ପଥର ବ୍ୟବହାର ହୋଇଥାଏ। ଆସନ୍ତା ୨୦-୨୫ ବର୍ଷ ମଧ୍ୟରେ ଚୂନପଥରର ଘୋର ଅଭାବ ଦେଖାଦେବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ତାପଜ ଶକ୍ତି ଉତ୍ପାଦନ କେନ୍ଦ୍ର ଗୁଡ଼ିକରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଏଆସ୍‍କୁ କିପରି ସିମେଣ୍ଟର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ ସେ ନେଇ କିଟ୍‍ର ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା କରିଆସୁଥିଲେ। ସିମେଣ୍ଟରବିକଳ୍ପ ଭାବେ ‘ଜିଓ ପଲିମର କଂକ୍ରିଟ୍‍’କୁ ନିର୍ମାଣରେ ବ୍ୟବହାର କରାଯାଇ ଏହି ରାସ୍ତା ନିର୍ମାଣ କରାଯାଇଛି । ପାଇଲଟ୍‍ ପ୍ରକଳ୍ପଭାବେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର କଟକ ଡିଭିଜନ ଏବଂ କିଟ୍‍ର ବୈଷୟିକ ଜ୍ଞାନ ସହଯୋଗରେ ଉପରୋକ୍ତ ରାସ୍ତା ନିର୍ମାଣ କରାଯାଇଛି। ସିମେଣ୍ଟ ବିହୀନ କଂକ୍ରିଟ୍‍ ରାସ୍ତା ନିର୍ମାଣ ସମୟରେ କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‍-୧ର ନିର୍ବାହୀ ଯନ୍ତ୍ରୀ ପ୍ରହଲ୍ଲାଦ ବାରିକ, ଇଂ ପ୍ରଶାନ୍ତ ସାହୁ, ଇଂ ରାମାୟା ରଞ୍ଜନ ପଣ୍ଡା, ଇଂ ନୀଳ ମାଧବ ସାହୁ, ଇଂ ସାହେବକୁମାର ସାହୁ, ଇଂ ସତ୍ୟଜିତ ଦଳେଇ, ଇଂ ପ୍ରଶାନ୍ତ ଶତପଥୀ, କିଟ୍‍ର ଆସୋସିଏଟ୍‍ ପ୍ରଫେସର ଦିଲିପ କୁମାର ବେରା, ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ରଥ, ଠିକାଦାର ସେକ୍‍ ଖଲ୍ଲିଉଲ୍ଲା ଓ ସମାଜସେବୀ ଲଳିତ କୁମାର ଦାଶ ପ୍ରମୁଖଉପସ୍ଥିତ ଥିଲେ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗବେଷକ ଇଂ ଜଗନ୍ନାଥପଟେଲ, ଇଂ ସୁବୋଧ ରାଉତରାୟ, ଇଂ ଅମରେନ୍ଦ୍ର ମହାପାତ୍ରଙ୍କ ସମେତ କିଟ୍‍ର ଏମ୍‍ ଟେକ୍‍ ଏବଂ ପିଏଚ୍‍ଡି ସ୍କଲାର ପ୍ରମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିଟ୍‍ ଆରମ୍ଭ ହେବା ଦିନଠାରୁ ଶିକ୍ଷା ସହ ଗବେଷଣା ଉପରେ ଗୁରୁତ୍ୱ ଦେଇ ଆସିଛି। ଫଳରେବିଭିନ୍ନ କ୍ଷେତ୍ରରେ ଗବେଷଣା କରି କିଟ୍‍ ଅନେକ ସଫଳତା ପାଇଆସୁଛି। ତା ମଧ୍ୟରୁ ସିମେଣ୍ଟ ବିହୀନ କଂକ୍ରିଟ୍‍ ରାସ୍ତା ନିର୍ମାଣ ଅନ୍ୟତମ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page