ମଦର ଘରୋଇ ବିତରଣ ନିଷ୍ପତିକୁ ନିନ୍ଦା : ମୁଖ୍ୟମନ୍ତ୍ରୀଙ୍କୁ ଚିଠି

0

ବରୀ(ସଙ୍କେତ ଖବର): ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର ସଂଖ୍ୟା ୨୩୧୦ ତାରିଖ ୧୨ମେ ୨୦୨୧ରେ ଲକ୍ ଡାଉନ ସମୟରେ ମଦକୁ ଘରେ ଘରେ ଯୋଗାଇ ଦେବା ପାଇଁ ଅବକାରୀ ବିଭାଗ ନେଇଥିବା ନିଷ୍ପତିକୁ ଘୋର ନିନ୍ଦା କରିବା ସହିତ ପ୍ରତ୍ୟାହାର ଦାବୀ । ଓଡିଶା ନିଶା ନିବାରଣ ଅଭିଯାନର ଯାଜପୁର ଜିଲ୍ଲା ସମ୍ପାଦକ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱ ବିଭିନ୍ନସାମାଜିକ ସଂଗଠନ ତରଫରୁ ବରୀ ତହସିଲଦାରଙ୍କ ଜରିଆରେ ଏକ ଚିଠି ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପଠାଇଛନ୍ତି ।ଏହି ଅଭିଯାନରେ ଗୋପବନ୍ଧୁ ରମାଦେବୀ ଆଶ୍ରମ ବରୀର ସେବିକା ସୀତାରାଣୀ ଦେଓ, ଗୀତଭବନ ସମ୍ପାଦିକା ସ୍ମିତା ସାମଲ, କୃଷକ ନେତା ଅଜୟ କୁମାର ରଥ ଓ ଛାତ୍ର ନେତା ସ୍ମୃତି ରଞ୍ଜନ ବେହେରା ପ୍ରମୁଖ ବରୀ ଦୀପାଞ୍ଚଳ ଉନୟନ ପରିଷଦର ସଭାପତି କୁଳମଣି ଶୁକ୍ଳ, ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସମ୍ପାଦକ ରମାକାନ୍ତ ମଣ୍ଡଳ, ସମାଜ ଆନ୍ଦୋଳନର ସମ୍ପାଦକ କାଁହୁଚରଣ ବେହୁରା, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ପ୍ରମୁଖ ଘୋର ନିନ୍ଦା କରିବା ସହିତ ଉକ୍ତ ଚରମ ଜନସ୍ୱାର୍ଥ ବିରୋଧୀ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବରୀର ସଂଗ୍ରାମୀ ଜନସାଧାରଣ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ବିନମ୍ର ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page