ଅରିନ୍ଦମ ଙ୍କ ବିୟୋଗରେ ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

0

ଯାଜପୁର(ସଂକେତ ଖବର) ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ  ଅକାଳ ବିୟୋଗରେ  ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପାଖରେ ଅମର ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ବଳନ  ସହ ନୀରବ ପ୍ରାର୍ଥନା କରାଯାଇଛି।

ସ୍ବର୍ଗତ ଦାସ ଅଳ୍ପ ବୟସରେ ଜଣେ ନିଷ୍ଠାପର, ସାହସୀ ସାମ୍ବାଦିକ ଭାବେ ସାରା ଓଡିଶାରେ ବେଶ ସୁନାମ ଅର୍ଜନ କରିଥିଲେ। ଆଜି ଏଭଳି ଏକ ସାହସୀ କାର୍ଯ୍ୟ କରିବାକୁ ଯାଇ ନିଜର ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏହି ଅବସରରେ ଯାଜପୁର ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି,ଆଦିତ୍ୟ ମେକାପ, ସମରଜିତ ମହାନ୍ତି, ବିଶ୍ବଭୂଷଣ ଜେନା, ତପନ ମହାରଣ୍ୟ,ମାନସ ଜେନା,  ମହେଶ୍ବର ସାହୁ, ସନ୍ଦିପ୍ତ ରାୟ, ସଂଜୀବ ନାୟକ, ଦେବାଶିଷ ସାହୁ, ବିଜୟ ସାହୁ, ପରମେଶ୍ବର ବେହୁରିଆ, ଅଜୟ ରାଉଳ, ବିରଜା ପାଣି, ଅନିଲ ପଣ୍ଡା, ଶକ୍ତି ସୌରଭ ମହାପାତ୍ର, ହିମାଂଶୁ ପାଢି, ଜୀବନ ଜ୍ୟୋତି ପାଣିଗ୍ରାହୀ, ଅଜିତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page