କରୋନାରେ ମୃତ୍ୟୁ ହୋଇଥିବା ପରିବାରକୁ ସଠିକ ଚିହ୍ନଟ କରାଯାଉ: କଂଗ୍ରେସ

0

ଭୂବନେଶ୍ୱର (ସଙ୍କେତ ଖବର): ରାଜ୍ୟ ସରକାର କୋଭିଡ ଦ୍ୱିତୀୟ ଲହରରେ ଯେଉଁ ପରିବାରର ମୁଖିଆ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା ସହ ରାଜ୍ୟ ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସାମିଲ କରିବା ସହ ସରକାର ସେମାନଙ୍କର ଦାୟୀତ୍ୱ ନେବେ ବୋଲି ଘୋଷଣା କରିଛନ୍ତି । କେତେ ପିଲା ଅନାଥ ହୋଇଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟ ସରକାର ଦେଉଥିବା କୋଭିଡ ମୃତ୍ୟୁ ତଥ୍ୟ ଅର୍ଦ୍ଧ ସତ୍ୟ ମଧ୍ୟ କୁହାଯାଇପାରିବ ନାହିଁ ବୋଲି କହିଛି କଂଗ୍ରେସ ।
କୋଭିଡ ମୃତ୍ୟୁକୁ ନେଇ କଂଗ୍ରେସର କରିଛି ବଡ଼ ଖୁଲାସା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପୋର୍ଟାଲରେ ୩୩୦୨ ବୋଲି ତଥ୍ୟ ଦେଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହରରେ ନୟାଗଡ଼ ଜିଲ୍ଲାରେ ୧୮୨୪୪ ସଂକ୍ରମିତ ହେବା ସହ ୫୯ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ନୟାଗଡ଼ ସିଡିଏମଓ ଦେଇଥିବା ରିପୋର୍ଟ ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ହସ୍ପିଟାଲରେ ୧୧୭ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ୮ଟି ବ୍ଲକକୁ ନେଇ ନୟାଗଡ଼ ଜିଲ୍ଲା ଗଠିତ । ଯଦି ଗୋଟିଏ କ୍ଷୁଦ୍ର ଜିଲ୍ଲାରେ ଏତେ ସଂଖ୍ୟାରେ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସୁଛି ତାହେଲେ ବଡ଼ ବଡ଼ ଜିଲ୍ଲାରେ କେତେ ମୃତ୍ୟୁ ହୋଇଛି ତାହା ସଠିକ ରିର୍ପୋଟ ପ୍ରଦାନ କରନ୍ତୁ ବୋଲି କହିଛି କଂଗ୍ରେସ ।

ରାଜ୍ୟ ସରକାର ବାସ୍ତବରେ କୋଭିଡ ମୃତକଙ୍କ ପରିବାରକୁ ସହାୟତା ଦେବାକୁ ଚାହୁଁଛନ୍ତି ତେବେ ସରକାର ସଠିକ ଅଡିଟ କରନ୍ତୁ । ନିଜ ଭାଵମୂର୍ତ୍ତି ବଞ୍ଚାଇବା ପାଇଁ ସମଗ୍ର ଦେଶରେ ଏକ ନମ୍ବର ହେବା ପାଇଁ ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି । ଯଦି ପ୍ରକୃତ ମୃତ୍ୟୁ ତଥ୍ୟ ରାଜ୍ୟ ସରକାର ଦେବେ ନାହିଁ ତାହେଲେ କେମିତି ଓ କେଉଁ ଆଧାରରେ ରାଜ୍ୟ ସରକାର ମୃତକଙ୍କ ପରିବାର ଓ ତାଙ୍କ ପିଲା ମାନଙ୍କୁ ସହାୟତା ଯୋଗାଇବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *

You cannot copy content of this page