କୋରନା ସମୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି,ଅନଲାଇନ ମାଧ୍ୟମ ରେ ପାଠପଢା ଏକ ପ୍ରହସନ: କଂଗ୍ରେସ

0

ଭୁବନେଶ୍ୱର ( ସଙ୍କେତ ଖବର) : ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତିକୁ ସ୍ୱାଗତ କଲା କଂଗ୍ରେସ । କିନ୍ତୁ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ଓଡିଶା ରେ କୋଭିଡ ସମୟରେ ଆଜି ପର୍ଯ୍ୟନ୍ତ 3ହଜାର ଶିକ୍ଷକଙ୍କ ଜୀବନ ଯାଇଛି । ତେବେ ଏଭଳି ସ୍ଥିତି ରେ ରାଜ୍ୟ ସରକାର ଶିକ୍ଷକ ଙ୍କ ପାଇଁ କଣ ପ୍ରତିଷେଧକ ବ୍ୟବସ୍ଥା କରିଛନ୍ତି ବୋଲି ପ୍ରଶ୍ନ କଲା କଂଗ୍ରେସ । ମୁଖପାତ୍ର ସୁଦର୍ଶନ ଦାସ ଓ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନାୱାଜଙ୍କ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଏହା ସହ ପିଲାଙ୍କ ପାଇଁ ଟୀକା ବାହାରି ନଥିବା ବେଳେ ପିଲାମାନଙ୍କ ସ୍ୱାସ୍ଥ୍ୟ ର ସୁରକ୍ଷା ପାଇଁ କଣ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ସେ ନେଇ ରାଜ୍ୟ ବାସୀ ଙ୍କୁ ଜଣାନ୍ତୁ ସରକାର ଏହା ସହ ପ୍ରଥମ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ କଣ ରୋଡ଼ ମ୍ୟାପ ରହିଛି ସେ ନେଇ ସ୍ପଷ୍ଟି କରଣ ରଖନ୍ତୁ ସରକାର । ଟେଲିକମ କମ୍ପାନୀ ଓ ଟେକନୋଲୋଜି କମ୍ପାନୀ ମାନଙ୍କ ଫାଇଦା ପାଇଁ ଯେଉଁ ଅନଲାଇନ ପଠାପଢା ଚାଲିଛି ତାହା ଏକ ପ୍ରହସନ ବୋଲି କହିଛି କଂଗ୍ରେସ ।

14ହଜାର ସ୍କୁଲ ମିଶ୍ରଣ ନେଇ ଅଭିଯୋଗ କରୁଛନ୍ତି ଯେ ଏହା ମର୍ଜର ନୁହେଁ ବରଂ କ୍ଲୋଜର । ଶିକ୍ଷା ଅଧିକାର ଆଇନକୁ ଏହା ଉଲଂଘନ କରୁଛି ।ସରକାରଙ୍କୁ ଅନୁରୋଧ ଗରିବ ଦଳିତ ଆଦିବାସୀ ପିଲାମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ହାଇକୋର୍ଟ ରୁ କେଶ ପ୍ରତ୍ୟାହାର କରନ୍ତୁ ସ୍କୁଲ ବନ୍ଦ କରନ୍ତୁ ନାହିଁ ।ଓଡିଶା ରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି, ଭାରତ ରେ 54 ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୁ ମୁଖ୍ୟ କରି କୋରପୁଟ ସେଣ୍ଟ୍ରାଲ ୟୁନିଭେର୍ସିଟି ରେ 14ଟି ବିଭାଗ ରେ 154 ରହିବ କଥା ଶିକ୍ଷକ କିନ୍ତୁ ଅଛନ୍ତି 17ଜଣ ଶିକ୍ଷକ 137ଟି ପଦ ଖାଲି ପଡିଛି 80% କର୍ମଚାରୀ ମଧ୍ୟ ନାହାଁନ୍ତି ତେଣୁ ଏସବୁ ପଦବୀ କୁ ପୂରଣ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଦାବୀ ରଖିଛନ୍ତି ଛାତ୍ର କଂଗ୍ରେସ ସଭାପତି ।

କରୋନା ମହାମାରୀ ସମୟରେ ଘରୋଇ ସ୍କୁଲ ଓ କଲେଜ ଅଭିଵାବକଙ୍କ ତଣ୍ଟି ଚିପି ଶୋଷଣ କରୁଛନ୍ତି, ହେଲେ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ମାନୁନାହାଁନ୍ତି । ରାଜ୍ୟ ସରକାର ସେ ବିଷୟରେ ତଥ୍ୟ ରଖନ୍ତୁ । ଯଦି ରାଜ୍ୟ ସରକାର ଚଳାଉଥିବା ହିଟଲର ଶାସନକୁ ବନ୍ଦ ନକରିବେ ଘରୋଇ ସ୍କୁଲ କଲେଜରୁ ତଥ୍ୟ ନରଖିବେ ତାହେଲେ ଆଗାମୀ ଦିନ ରେ ଛାତ୍ର କଂଗ୍ରେସ ପ୍ରତି ଘରୋଇ ସ୍କୁଲ ଓ କଲେଜ ଆଗରେ ପ୍ରତିବାଦ କରିବ ।

Leave a Reply

Your email address will not be published. Required fields are marked *

You cannot copy content of this page