ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା , ଯାଜପୁର ଜିଲାର ବିଭିନ୍ନ ବ୍ଲକ ଓ ପୌରପାଳିକା ଅଂଚଳରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

0

ତୈଳ ଦର ବୃଦ୍ଧି ପ୍ରତିବାଦରେ ସାରା ଦେଶରେ କଂଗ୍ରେସ ବନ୍ଦ ଡାକରା ଦେଇଛି । ଯାଜପୁର ଜିଲାର ବିଭିନ୍ନ ବ୍ଲକ ଓ ପୌରପାଳିକା ଅଂଚଳରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଯାଜପୁର ସଦର ମହକୁମାରେ ଜିଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇ ଜିଲାପାଳ ଅପିଂସ ଓ କୋର୍ଟ କଚେରୀ ସମ୍ମୁଖରେ ପିକେଟିଂ କରାଯାଇଥିଲା । ଦୋକାନ ବଜାର,ବସଷ୍ଟାଣ୍ଡ ଗୁଡିକରେ ଖାଲି ଖାଲି ପରିବେଶ ସୃଷ୍ଟି ହୋଇଥିଲା । ବିଶେଷକରି ଗମନାଗମନ ବାଧାପାପ୍ତ ହୋଇଥିଲା । ସେହିପରି ଦଶରଥପୁରରେ ଏଆଇସିସି ସଦସ୍ୟ ପୁଲିନ ପ୍ରକାଶ ପୁହାଣଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା । ରାମବାଗ ନିକଟରେ କଂଗ୍ରେସ କର୍ମୀ ମାନେ ଯାଜପୁର ମଂଗଳପୁର ରାସ୍ତା ଅବରୋଧ କରିଥିଲେ । ବ୍ୟାସନଗରରେ କଂଗ୍ରେସ କର୍ମୀ ମାନେ ଯାଜପୁରରୋଡ ରେଳଷ୍ଟେସନରେ ବିଭିନ୍ନ ଟ୍ରେନକୁ ଅଟକାଇଥିଲେ । ପଂଳରେ ରେଳ ଯାତ୍ରା ପ୍ରଭାବିତ ହୋଇଥିଲା । ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଥିଲେ । ଜିଲାର ସମସ୍ତ ବ୍ଲକ,ପୌରପାଳିକା ଅଂଚଳରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ପିକେଟିଂ କରିବା ସହିତ କେନ୍ଦ୍ରସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । କେନ୍ଦ୍ରସରକାର ଆଛେଦିନର ଯେଉଁ ସ୍ୱପ୍ନ ସାଧାରଣ ଲୋକଙ୍କୁ ଦେଖାଇଥିଲେ ତାହା ଆଜି ପଦାରେ ପଡିଛି ଯାହାର ଜବାବ ଆଗାମୀ ନିର୍ବାଚନରେ ସାଧାରଣ ଲୋକେ ଦେବେ ବୋଲି କଂଗ୍ରେସ ଚେତାବନି ଦେଇଛି ।

Leave a Reply

Your email address will not be published. Required fields are marked *

You cannot copy content of this page