ମାସ୍କ କେଳେଙ୍କାରି ଘଟଣା ରେ ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ।
![](https://www.sanketkhabar.com/wp-content/uploads/2020/06/IMG-20200611-WA0021.jpg)
ଯାଜପୁର(ସଂକେତ ଖବର)
ସାରା ରାଜ୍ୟରେ କୋରୋନା ଯୁଦ୍ଧ ନାଁରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ମାସ୍କ କିଣାରେ ବ୍ୟାପକ ଦୁର୍ନିତି ହୋଇଥିବା ଅଭିଯୋଗ କରି ଏକ ପ୍ରତିବାଦ କରିଥିଲା । ଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ପଦକ୍ଷେପ କୁ ନିନ୍ଦା କରିଥିଲେ । ଏହି ମାସ୍କ ଓ ପିପିଇ କିଣାରେ ବ୍ୟାପକ ଦୁର୍ନିତିରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତପାଂ ଦାବୀ କରିଥିଲେ । ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସନ୍ତୋଷ ନନ୍ଦ, ବଳଭଦ୍ର ଦାସ, ନାରାୟଣ ସାମନ୍ତ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।