ଦଶରଥପୁର ରେ ବର୍ଦ୍ଧିତ ତୈଳ ଦର ପ୍ରତିବାଦ ରେ କଂଗ୍ରେସ ର ବିକ୍ଷୋଭ

ଦଶରଥପୁର,(ସଂକେତ ଖବର ) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି ମଙ୍ଗଳପୁର ଓ ଝୁମ୍ପୁରୀ ବଜାରରେ ଥିବା ସମସ୍ତ ପେଟ୍ରୋଲପମ୍ପ ସମ୍ମୁଖରେ ଗଣଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସକାଳ ୧୦ଘଟିକା ସମୟ ଠାରୁ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କମିଟିର ସଭାପତି ଶ୍ୟାମସୁନ୍ଦର କର, ପୂର୍ବତନ ବ୍ଲକ ସଭାପତି ଦେବେନ୍ଦ୍ର ପଣ୍ଡା, ବ୍ଲକ ଯୁବ ସଭାପତି ସବ୍ୟସାଚୀ ଦାସ, ଯାଜପୁର ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ,ଚନ୍ଦ୍ରଶେଖର ସାହୁ, ବିମଳ ମଲିକ, ଛାତ୍ର କଂଗ୍ରେସ ସଭାପତି ଅନନ୍ତ କୁମାର ଦାସ, ଛାତ୍ର ନେତା ଅମର କୁମାର ବେହେରା, ଚିନ୍ମୟ ମଲିକ,ଟୁକୁ ଜେନା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। କୋଭିଡ଼ କଟକଣାର ନିୟମ ମାନି ଏହି ପ୍ରତୀକ ଧାରଣା ଦିଆଯାଇଥିଲା।