ପିଜୁଳି ଫାର୍ମ ଷଡଯନ୍ତ୍ର ପଛର ନାୟକ କିଏ?

0

ଯାଜପୁର(ସଂକେତ ଖବର)
ଯାଜପୁର ଜିଲ୍ଲା ସୁକିନ୍ଦା ଦାମୋଦରପୁର ଠାରେ ଉଦ୍ୟାନ ବିଭାଗ ପକ୍ଷରୁ ହୋଇଥିବା ଦେଶର ସର୍ବ ବୃହତ ପିଜୁଳି ଫାର୍ମ କୁ ନେଇ ଦେଖା ଦେଇଛି ବିବାଦ। ଏହା ଜଙ୍ଗଲ ଜମିରେ ହୋଇଥିବାରୁ ଉକ୍ତ ପିଜୁଳି ଫାର୍ମ କୁ ନଷ୍ଟ କରି ସେଠାରେ ଔଷଧୀୟ କିମ୍ବା ଜଙ୍ଗଲ ଜାତ ଗଛ ଲଗାଇବାକୁ ଏନ ଜି ଟି ନିର୍ଦେଶ ଦେଇଛନ୍ତି। ସେପଟେ ଏହି ରାୟ ଆସିବା ଏହାକୁ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି।କାରଣ ଉଦ୍ୟାନ ବିଭାଗ କୁ 1992 ମସିହାରେ ରାଜସ୍ୱ ବିଭାଗ 327 ହେକ୍ଟର ଚାଷ ଜମି ହସ୍ତାନ୍ତର କରିଥିଲା। ଏଠି ଜଙ୍ଗଲ ବିଭାଗ ଜମି ର କୌଣସି ପ୍ରାସଙ୍ଗିକତା ନାହିଁ ଏବଂ ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ଏନ ଜି ଟି କୁ ଭୁଲ ତଥ୍ୟ ଦେଇଥିବା କହିଛନ୍ତି ଉଦ୍ୟାନବିଭାଗ ର ସହକାରୀ ନିର୍ଦେଶକ। ଆଇନ କୁ ଢାଲ କରି ଏନ ଜି ଟି କୁ ଭ୍ରମିତ କରି ଜିଲା,ରାଜ୍ୟ ତଥା ଦେଶର ସର୍ଵ ବୃହତ ପିଜୁଳି ଫାର୍ମ କୁ ନଷ୍ଟ କରିବା ପାଇଁ କେତେକ କୁ ଚକ୍ରି ଗୋଷ୍ଠୀ ଉଦ୍ୟମ ଚଳାଇଥିବା ଉଦ୍ୟମ ସ୍ପଷ୍ଟ ହୋଇଛି। ସୁକିନ୍ଦା ଦାମୋଦର ପୁର ରେ 500 ଏକର ରୁ ଉର୍ଦ୍ଧ୍ବ ଜମି ରେ ହୋଇଥିବା ପିଜୁଳି ଫାର୍ମ ରେ ବିବାଦ ପୁରାଇ ରାଜନୈତିକ ଫାଇଦା ପାଇଁ ଉଦ୍ୟମ କରୁଥିବା ଗୋଷ୍ଠୀ ଏଥିରେ ସଫଳ ହେବେ ନାହିଁ ବୋଲି ଅନୁସନ୍ଧାନ ରୁ ଜଣାପଡ଼ିଛି।

ଏହି ଫାର୍ମ ଟି ଜଙ୍ଗଲ ଜମି ରେ ହୋଇଥିବା ଏନ ଜି ଟି ରେ ସ୍ଥାନୀୟ ବାସିନ୍ଦା ତପନ କୁମାର ବରାଳ ଅଭିଯୋଗ କରିଥିଲେ। ଏନ ଜି ଟି ମାମଲା ର ଶୁଣାଣି କରି ତୁରନ୍ତ ପିଜୁଳି ଫାର୍ମ କୁ ବନ୍ଦ କରିବା ସହିତ ରାଜ୍ୟ ସରକାର ଙ୍କୁ 1 କୋଟି ଟଙ୍କା ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ପିଜୁଳି ଗଛ ଲାଗିବା ପୂର୍ବରୁ ଏହି ଜମି ସମ୍ପୂର୍ଣ୍ଣ ଭାବେ ଉଦ୍ୟାନ ବିଭାଗ ଦଖଲରେ ଥିଲା। ଏପରିକି 1999 ମସିହା ପୂର୍ବରୁ ଅନେକ ଫଳ ଓ ଔଷଧୀୟ ଗଛ ଲଗାଇଥିଲା ଉଦ୍ୟାନ ବିଭାଗ। କିନ୍ତୁ ମହାବାତ୍ୟା ରେ ଅନେକ ଗଛ ନଷ୍ଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ପଡିଆ ପଡିଥିଲା। କେତେକ ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମି କୁ ଜବର ଦଖଲ କରି ନିଜ ଅକ୍ତିଆର କୁ ନେଇଥିଲେ। ଶହ ଶହ ଏକର ଚାଷ ଜମି ପଡିଆ ପଡିଥିବା ରୁ ଏଠାରେ ବଡ଼ ଫାର୍ମ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଶେଷରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କ ଉଦ୍ୟମ କ୍ରମେ ଡି ଏମ ଫ ପାଣ୍ଠି ରୁ 5 କୋଟି ଟଙ୍କା ବ୍ୟୟ କରାଯାଇ 500 ଏକର ଜମି ରେ ପିଜୁଳି ଚାଷ କରାଯାଇଥିଲା। ଏବେ କେତେକ ଗଛରେ ଫଳ ଆସିବା ଆରମ୍ଭ ମଧ୍ୟ କରିଛି। ଆଗାମୀ 2027 ସୁଦ୍ଧା ବାର୍ଷିକ ଅଢେଇ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବା ସହିତ ପ୍ରତିଦିନ 500 ଶ୍ରମିକ ଙ୍କୁ କର୍ମ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିଲା ଉଦ୍ୟାନ ବିଭାଗ। କିନ୍ତୁ ଏତିକି ବେଳେ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଏହି ଫାର୍ମ କୁ ଆଇନ ଜାଲରେ ଛନ୍ଦିବାକୁ ଉଦ୍ୟମ କରିବାକୁ ସାଧାରଣ ରେ ନିନ୍ଦା କରାଯାଇଛି।

ପିଜୁଳି ଫାର୍ମ କୁ ସୁକିନ୍ଦା ବିଧାୟକ ଙ୍କ ଦ୍ଵାରା ଭିତିପ୍ରସ୍ତର ସ୍ଥାପନ

ଏହି ପ୍ରକଳ୍ପ ଶେଷ ହେବା ପରେ ଏହା କେବଳ ସୁକିନ୍ଦା ର ଗର୍ବ ନୁହେଁ ସମଗ୍ର ଦେଶର ଗର୍ବ ହେବ। କେତେକ ଙ୍କ ବ୍ୟକ୍ତି ଗତ ଲାଭ ଓ ଲୋଭ ଦୃଷ୍ଟି ରୁ ପ୍ରକଳ୍ପ କୁ ବିରୋଧ କରି ସୁକିନ୍ଦା ବାସୀ ଙ୍କ ପ୍ରତି ବିଶ୍ୱାସଘାତ କରାଯାଉଛି। ଯେଉଁମାନେ ଏଭଳି ସୁକିନ୍ଦା ସ୍ୱାର୍ଥ ବିରୋଧୀ ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଆଗାମୀ ଦିନରେ ଜବାବ ମଧ୍ୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଯଦି ବି ଏହି କୁ ଚକ୍ରି ଗୋଷ୍ଠୀ ଙ୍କ ଅନୁଯାୟୀ ଏହା ଜଙ୍ଗଲ ଜମି ହୋଇଥାଏ ସେଠି ଯଦି ପିଜୁଳି ଚାଷ ହେଉଛି ତା ହେଲେ ଅସୁବିଧା ରହିଲା କେଉଁଠି?ଏହି ସରକାରୀ ଜମି କୁ କୌଣସି ଠିକାଦାର ବା ଠିକା କମ୍ପାନୀ ହାତ କୁ ତ ଟେକି ଦିଆ ଯାଉନି? ଯଦି ଜଙ୍ଗଲ ଜମି ରେ ପିଜୁଳି ଚାଷ ମନା ତା ହେଲେ ସାରା ଦେଶରେ ଯେଉଁଠି ବି ଜଙ୍ଗଲ ଜମି ରେ ପିଜୁଳି ଫଳିଛି ତାକୁ କିଏ ଆଉ କେବେ ନଷ୍ଟ କରିବ?ସେହି ପରି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଅନେକ ସରକାରୀ ଅନୁଷ୍ଠାନ ଓ ଭୁବନେଶ୍ୱର ର ଅନେକ ସ୍ଥାନ ରେ ଜଙ୍ଗଲ ଜମି ଉପରେ ବଡ଼ ବଡ଼ ପ୍ରକଳ୍ପ ଠିଆ ହୋଇଛି ସେ ଗୁଡ଼ିକ କେବେ ନଷ୍ଟ ହେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି। ପିଜୁଳି ଫାର୍ମ ବିରୋଧ ରେ କୁ ଚକ୍ରି ଗୋଷ୍ଠୀ ଙ୍କୁ ଜବାବ ଦେବା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ଅଛି। ଏନ ଜି ଟି ଦେଇଥିବା ପରାମର୍ଶ କୁ କାର୍ଯ୍ୟକାରୀ କରିବା ସହିତ ଏନ ଜି ଟି ରାୟ ବିରୋଧ ରେ ସୁପ୍ରିମକୋର୍ଟ ରେ ଅପିଲ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

You cannot copy content of this page