ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ ।ଜିଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ।

0

ଯାଜପୁର (ସଂକେତ ଖବର) ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି । ଆଜି ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେବାୟତ ମାନଙ୍କ ଯୁକ୍ତି ହେଉଛି ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ କ୍ଷେତ୍ର ପଂଚ ବ କାର କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି । ଅନ୍ୟ ସ୍ଥାନରେ ମା ପୂଜା ପାଇବା ଏହା ଶାସ୍ତ୍ର ବିରୋଧୀ । ଭକ୍ତ ମାନଙ୍କ ମଧ୍ୟରେ ନାନା ଦ୍ୱନ୍ଦ ସୃଷ୍ଟି ହେବ ।

ଜିଲାପାଳ ଅଫିସ ପରିସରରେ ସେବାୟତ ପରିଷଦ
ସେବାୟତ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ର

ଏଭଳି ମନ୍ଦୀର ପ୍ରତିଷ୍ଠା ହେଲେ ହିନ୍ଦୁ ମାନଙ୍କ ମଧ୍ୟରେ ଧର୍ମୀୟ ଭାବନା ରେ ଆଘାତ ଲାଗିବ । ସେଥିଲାଗି ଏହି ମନ୍ଦୀର ନିର୍ମାଣ କୁ ତୁରନ୍ତ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବୀ କରାଯାଇଛି । ଏ ନେଇ ଆଗାମୀ ଦିନରେ ଯାଜପୁର ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବା ସହିତ ଆବଶ୍ୟକ ପଡିଲେ ମାନ୍ୟବର ହାଇକୋଟଙ୍କ ହସ୍ତକ୍ଷେପ ଲୋଡାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ସେବାୟତ ପରିଷଦ ସଭାପତି ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟିଥିଲେ ।ସେପଟେ ଘଟଣାର ତଦନ୍ତ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page