ରଥଯାତ୍ରା ପରିଚାଳନା ପାଇଁ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ସମନ୍ବୟ ସଭା।

0

ପୁରୀ (ସଙ୍କେତ ଖବର) ବିଗତ ବର୍ଷ ମାନଙ୍କ ରେ ରଥଯାତ୍ରାରେ ସ୍ୱଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା।କୋଭିଡ ପରବର୍ତ୍ତୀ ଚଳିତ ରଥଯାତ୍ରା ରେ ମଧ ଅନୁରୂପ ଉଲ୍ଲେଖନୀୟ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ବୁଧବାର ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ପାଇଁ ସ୍ୱଛାସେବୀ ମାନଙ୍କ ସହ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ଙ୍କ ସହଯୋଗ ଜରୁରୀ ହୋଇଥାଏ। ତେଣୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ରୁ ପ୍ରଭୁ ଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା,ଷ୍ଟେଚର ସେବା,ରକ୍ତ ଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ,ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଚଂନ,ରାସ୍ତା ଘାଟ ପରିଷ୍କାର,ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡ ରୁ ବୁଲା ଗାଈଗୋରୁ ଓ ଷଣ୍ଢ କୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦି କୁ ସ୍ୱଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଗଲା। ଏହି କାର୍ଯ୍ୟ କୁ ୭ଟି ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସର ଙ୍କ ତତ୍ତ୍ୱ।ବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ। ଯେଉଁ କ୍ଷେତ୍ରରେ ଯେଉଁ ସ୍ୱଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ ନୋଡାଲ ଅଫିସର ମାନଙ୍କ ତତ୍ୱ।ବଧାନରେ ଏହି ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ସହ ଏକାଧିକ ବୈଠକ ଆୟୋଜନ କରାଯାଇ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୁତ ହେବ ବୋଲି ସ୍ଥିର ହେଲା।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଏହି ପବିତ୍ର ସେବା କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ସଭା ରେ ଉପଜିଲ୍ଲାପାଳ ଭବତରଣ ସାହୁ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା, ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ,ପି କେ ଡି ଏ ର ସଂପାଦକ ଡଃ ଲଲାଟେନ୍ଦୁ ସାହୁ,ସି ଡ଼ି ଏମ ଓ ଡା ସୁଜାତା ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବଜିତ ଘୋଷ,ସିଟି ଡି ଏସ ପି ଜନାର୍ଦ୍ଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ସଭାରେ ଅନ୍ୟାନ୍ୟ ବିଭାଗର ଅଧିକାରୀ ଙ୍କ ସହ ବିଭିନ୍ନ ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ବିବଧ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page