ଯାଜପୁର:ପାଣିକୋଇଲି ରେ କରୋନା ସଚେତନତା କାର୍ଯ୍ୟକ୍ରମ
![](https://www.sanketkhabar.com/wp-content/uploads/2020/05/IMG_20200529_152620.jpg)
ଯାଜପୁର(ସଂକେତ ଖବର)
ପାଣିକୋଇଲି ଥାନା ଏବଂ “ଆମେ ବିପଦରେ ସାଥି”ର ମିଳିତ ଉଦ୍ୟମରେ ପାଣିକୋଇଲି ବଜାରରେ କରୋନା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଘରୁ ବାହାରକୁ ବାହାରିବା ସମୟରେ ମାସ୍କ୍ ପିନ୍ଧିବା ସହ , ବଜାରରେ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରିବା ଓ ପାନ ବା ଗୁଟଖା ଛେପ ଏଣେତେଣେ ନପକାଇବା ଏବଂ ଗୋଟିଏ ସ୍ଥାନରେ ଅଧିକ ଲୋକ ଏକତ୍ରିତ ନହେବା ପାଇଁ ପାଣିକୋଇଲି ଥାନାଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ଜେନା ଅନୁରୋଧ କରିଥିଲେ । ଡା଼କବାଜି ଯନ୍ତ୍ର ମାଧ୍ୟମରେ ବଜାରରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଯାଜପୁର ସ୍କାଉଟ୍ ଗାଇଡ଼୍ ଶିକ୍ଷକ ମାନଙ୍କ ତରଫରୁ ମାସ୍କ୍ ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ସ୍କାଉଟ୍ ଗାଇଡ଼୍ ର ବିଭିନ୍ନର କର୍ମକର୍ତ୍ତା , ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ , ସ୍ଥାନୀୟ ବୁଦ୍ଧିଜୀବୀ , ଶିକ୍ଷାବିତ୍ ଏବଂ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ ।