ବଡ଼ଚଣା:ବୈରୀ ପୁଲିସ ପକ୍ଷରୁ କରୋନା ସଚେତନତା ।

0

ବଡ଼ଚଣା(ସଙ୍କେତ ଖବର)

କୋରୋନା ର ଭୟାଭୟତା ବାବଦରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଯାଜପୁର ପୋଲିସର ସ୍ୱତନ୍ତ୍ର ପଦକ୍ଷେପ। ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ଲାକାଡ୍ ଧରି କରୋନା ଯୋଧ୍ୟା ମାନେ ଫ୍ଲାଗ୍ ମାର୍ଚ୍ଚ କରୁଛନ୍ତି।ଆଜି ବୈରୀ ଥାନା ଅଧିକାରୀ ଜଗଦୀଶ କର ଙ୍କ ନେତୃତ୍ୱରେ ଛତିଆ ଅଞ୍ଚଳରେ ଏକ ସଚେତନତା କରାଯାଇଛି।

ଛତିଆ ସାମ୍ବାଦିକ ସଂଘ ଓ ବରିଷ୍ଠ ନାଗରିକ ଙ୍କ ମିଳିତ ସହଯୋଗ ରେ ପୋଲିସ କର୍ମଚାରୀ ମାନେ ରାସ୍ତାରେ ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହିତ ଡାକବାଜି ଯନ୍ତ୍ରରେ କରୋନା ଯୋଧ୍ୟା ଯସୋବନ୍ତ ପାତ୍ର ବାହାରେ ଛେପ ଖଙ୍କାର ନପକାଇବା ସହିତ ମୁହଁରେ ମାସ୍କ ,ବାରମ୍ବାର ସାବୁନ ରେ ହାତ ଧୋଇବା ଓ ସାନିଟେସନ୍ ବ୍ୟବହାର କରିବାକୁ ପ୍ରବର୍ତ୍ତାଇ ଥିଲେ।ଏହା ଦ୍ବାରା ଜନସାଧାରଣ ଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି ଥାନା ଅଧିକାରୀ ଜଗଦୀଶ କର ନିଜ ପତିକ୍ରିୟାରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page