କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

0

ଦଶରଥପୁର(ସଙ୍କେତ ଖବର) ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସଚେତନତାରଥ ପରିଭ୍ରମଣ କରୁଥିବାସହ ରିଲିଫ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ନିରବଚ୍ଛିନ୍ନ ଭାବରେ ଆରମ୍ଭ ହୋଇ ଆଜି ୪୪୬ତମ ଦିବସରେ ପହଞ୍ଚିଛି।ଏହି ଅବସରରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ସହସମ୍ପାଦକ ମାଷ୍ଟର ମିହିର କୁମାର,ଫାଉଣ୍ଡେସନର କୋଷାଧ୍ୟକ୍ଷ ମଧୁସ୍ମିତା ନାୟକ,ସମ୍ପାଦକ ଶଶିକାନ୍ତ ନାୟକ,ଉପାଧ୍ୟକ୍ଷ ସୁରେନ୍ଦ୍ର ପାଣ୍ଡବଙ୍କ ତତ୍ୱାବଧାନରେ ଦଶରଥପୁର ବ୍ଲକର ବିଭିନ୍ନ ଗ୍ରାମ ମାନଙ୍କରେ ଲୋକମାନଙ୍କୁ ମହାମାରୀ “କରୋନା” ସମ୍ପର୍କରେ ସଚେତନ କରାଇବାସହ କର୍ମକର୍ତ୍ତା ମାନଙ୍କଦ୍ୱାରା ଅସହାୟମାନଙ୍କୁ ବସ୍ତ୍ର , ଶୁଖିଲା ଖାଦ୍ୟ,ମାକ୍ସ ,ସାବୁନ, ସାନିଟାଇଜର,ଓ.ଆର.ଏସ ଆଦି ରିଲିଫ ସାମଗ୍ରୀ ମାନ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You cannot copy content of this page