ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

0

ଦଶରଥପୁର (ସଙ୍କେତ ଖବର): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ କରୋନା ସଚେତନତା ରଥ ପରିଭ୍ରମଣ କରିବା ସହ ରିଲିଫ ବଣ୍ଟନ ଓ ସ୍ୱତନ୍ତ୍ର ୪୪୬ତମ ଦିବସରୁ ୪୫୩ତମ ଦିବସ ଅବସରରେ ରଜ ସପ୍ତାହ ପାଳନ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।
ଏହି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ନିରବଚ୍ଛିନ୍ନ ଭାବରେ ଆରମ୍ଭ ହୋଇ ଆଜି ୪୫୩ତମ ଦିବସରେ ପହଞ୍ଚିଛି। ଫାଉଣ୍ଡେସନର ନିୟମାନୁଯାୟୀ ପ୍ରତି ୨୫ଦିନରେ କରାଯାଉଥିବା ସେବା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଉପଲକ୍ଷେ ୪୫୦ତମ ଦିବସର ୧୮ତମ ସମୀକ୍ଷା ବୈଠକ ଗତ ସୋମବାର ଦିନ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼୍ୟାନ୍ସ ଗ୍ରୁପ ପରିସରରେ କୋଭିଡ ନିୟମାନୁଯାୟୀ ଅନୁଷ୍ଠିତ ହୋଇଥିଲା। ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସମୀକ୍ଷା ବୈଠକରେ ଫାଉଣ୍ଡେସନର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣ୍ଡବ,ସମ୍ପାଦକ ଶ୍ରୀଯୁକ୍ତ ଶଶିକାନ୍ତ ନାୟକ,ସହ ସମ୍ପାଦକ ମାଷ୍ଟର ମିହିର କୁମାର,ଫାଉଣ୍ଡେସନର କୋଷାଧ୍ୟକ୍ଷ ମଧୁସ୍ମିତା ନାୟକ ଆଦି ଯୋଗଦାନକରି ଫାଉଣ୍ଡେସନଦ୍ୱାରା ପରିଚାଳିତ ଦୀର୍ଘ ଦିନର ସଚେତନତା ଓ ସେବା କାର୍ଯ୍ୟ ସମୀକ୍ଷା ସହ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ରଜ ସମ୍ପର୍କରେ ଗଭୀର ଭାବରେ ଆଲୋକପାତ କରିଥିଲେ।
ଏହି ସାତ ଦିନ ଧରି ସ୍ୱତନ୍ତ୍ର ଭାବରେ ଗରିବ ଅସହାୟ ଲୋକ ମାନଙ୍କୁ ରଜ ବେଭାର ବଣ୍ଟନସହ ମହାମାରୀ “କରୋନା” ସମ୍ପର୍କରେ ସଚେତନ କରାଇବା ଏବଂ ବିଭିନ୍ନ ଶାଖାର ସଂଯୋଜକ ଏବଂ କର୍ମକର୍ତ୍ତା ମାନଙ୍କଦ୍ୱାରା ଅସହାୟମାନଙ୍କୁ ବସ୍ତ୍ର , ଶୁଖିଲା ଖାଦ୍ୟ,ରନ୍ଧା ଖାଦ୍ୟ,ମାକ୍ସ ,ସାବୁନ, ସାନିଟାଇଜର,ଓ.ଆର.ଏସ,ବ୍ଲିଚିଂ ଆଦି ସହ ରଜପାନ,ପୋଡ଼ପିଠା ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ଏଥିରେ କଳାହାଣ୍ଡି ଶାଖା ପକ୍ଷରୁ କମଳ ଚଣ୍ଡି,ମୟୁରଭଞ୍ଜ ଶାଖା ପକ୍ଷରୁ ଗଣେଶ ପାତ୍ର,କନ୍ଧମାଳ ଶାଖା ପକ୍ଷରୁ ଜଗଦୀଶ ଦାଶ,ନବରଙ୍ଗପୁର ଶାଖା ପକ୍ଷରୁ ଚନ୍ଦନ ଗୁରୁ,ଭଦ୍ରକ ଶାଖା ପକ୍ଷରୁ କାହ୍ନୁ ଚରଣ ସାହୁଙ୍କ ସମେତ ବିଭିନ୍ନ ଶାଖାର ସଂଯୋଜକ ତଥା ନେତୃବୃନ୍ଦ ମାନେ ଏହି କାର‌୍ୟ୍ୟକ୍ରମର ପଟ୍ଟଧର ସାଜିଥିବାର ମୁଖ୍ୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

You cannot copy content of this page