ଧର୍ମଶାଳା ଭାରତୀୟ ଜନତା ପାର୍ଟି ର “ସେବାହିଁ ସଙ୍ଗଠନ” କାର୍ଯ୍ୟକ୍ରମ ଅନୁଷ୍ଠିତ।

0

ଯାଜପୁର(ସଙ୍କେତ ଖବର): ଭାରତୀୟ ଜନତା ପାର୍ଟି ତରଫରୁ “ସେବାହିଁ ସଙ୍ଗଠନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନାଡ୍ଡାଙ୍କ ଆହ୍ଵାନ କ୍ରମେ ସାରା ଭାରତବର୍ଷର ୮୨୪ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ” ସେବାହିଁ ସଙ୍ଗଠନ” କାର୍ଯ୍ୟକ୍ରମ ଜରିଆରେ କୋଭିଡ-୧୯ସହାୟତା କେନ୍ଦ୍ର ଖୋଲା ଯାଇଅଛି । ଏହି ପରିପ୍ରେକ୍ଷୀରେ ଆଜି ଭାଜପା କୃଷକ ମୋର୍ଚ୍ଚା ଯାଜପୁର ତରଫରୁ ଯାଜପୁର ଜିଲ୍ଲାର ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କୋଭିଡ-୧୯ ସହାୟତା କେନ୍ଦ୍ର ଖୋଲାଗଲା, ଏହି କାର୍ଯ୍ୟକ୍ରମ ରେ ଜନସାଧାରଣଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସଙ୍ଗେ ସଙ୍ଗେ କୋଭିଡ-୧୯ ଭୁତାଣୁରୁ କେମିତି ସୁରକ୍ଷିତ ରହିବେ ଅବଗତ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭରଚୁଆଲ ରାଲି ଦ୍ୱାରା କେନ୍ଦ୍ରୀୟ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ଆନୁଷ୍ଠାନିକ ରୂପେ ଉଦଘାଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପା କିଷାନ ମୋର୍ଚ୍ଚାର ସଭାପତି ଚୈତନ୍ୟ ସାମଲ, କିଷାନ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ଜେନା ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page