ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରୋନା ସଚେତନତା ରାଲି

ବାଲିଗୁଡ଼ା (ସଙ୍କେତ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ସାରଙ୍ଗଡ଼ ପଞ୍ଚାୟତ ରେ କରୋନା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଉଦ୍ୟମ ରେ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ହାତରେ କରୋନା ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନତା କରିଥିଲେ।

ସରକାରଙ୍କ କୋଭିଡ଼-୧୯ ନିୟମ ମାନିବା ପାଇଁ ପରାମର୍ଶ ଦେବା ସହ ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା,ସାନିଟାଇଜ କରି ହାତ ସଫା ରଖିବା,ନିଜେ ସତର୍କ ରହିବା ସହ ଅନ୍ୟମାନଙ୍କୁ ସତର୍କ କରିବା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମରେ ମା ପାଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ, ସ୍ଵାସ୍ଥ୍ୟକର୍ମୀ, ସରକାରୀ କର୍ମଚାରୀଙ୍କ ସମେତ ଶିକ୍ଷକ ରାକେଶ କୋଠଦଳାଇ, ଡ଼ମ୍ବୁର ଧର ପାତ୍ର, ଦେବରାଜ ପାତ୍ର , ସହଦେବ ପାତ୍ର, ଜୟସେନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।