କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କଲେ ପୁରାତନ ଛାତ୍ର ଛାତ୍ରୀ
![](https://www.sanketkhabar.com/wp-content/uploads/2020/06/IMG-20200602-WA0014-1024x576.jpg)
ଯାଜପୁର(ସଂକେତ ଖବର) କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କଲେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ । ଯାଜପୁର ବାଳିକା ହାଇସ୍କୁଲର ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ୧୮ ହଜାର ଟଙ୍କା ଜିଲାପାଳ ରଂଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ ପାଣ୍ଠିକୁ ଦାନ କରିଛନ୍ତି । ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଏହି ଅର୍ଥକୁ ଯାଜପୁର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ । ସାରା ଦେଶରେ କୋରୋନା ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏତିକି ବେଳେ ସହାୟତା ଯୋଗାଇବାକୁ ଆସିଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ଜିଳାପାଳ ଶୁଭେଚ୍ଛା ଜଣାଇଥିଲେ ।