ଯାଜପୁର;୧୧ ପଜିଟିଭ,୨୫ ନେଗେଟିଭ

0

ଯାଜପୁର(ସଂକେତ ଖବର)

ଯାଜପୁର ଜିଲ୍ଲାରେ ଆଜି ପୂର୍ବାହ୍ନରେ 11ଜଣ ପିଜେଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ 25ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ ମୋଟ 253ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଯାଏଁ 151ଜଣ ସୁସ୍ଥ ହୋଇଥିବା ବେଳେ 102ଜଣ ଡୁବୁରୀ ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ଚିହ୍ନଟ 11 ଜଣଙ୍କ ମଧ୍ୟରୁ ଦଶରଥପୁର ବ୍ଲକରୁ 2ମହିଳା ସମେତ 8ଜଣ କଲିକତା ଫେରନ୍ତା ବୋଲି ଜଣାପଡିଛି । ସେହିପରି ବଡ଼ଚଣା ବ୍ଲକରୁ ଜଣେ ମହିଳା ଓ ଜଣେ ପୁରୁଷ ଚିହ୍ନଟ ହୋଇଛନ୍ତି । ଦୁହେଁ ଆହମଦାବାଦ ଫେରନ୍ତା ହୋଇଥିବା ବେଳେ ବରୀ ବ୍ଲକରୁ ଚିହ୍ନଟ ଜଣେ ଆନ୍ଦ୍ରପ୍ରଦେଶ ଫେରନ୍ତା ବୋଲି ଜଣାଯାଇଛି । ସୁସ୍ଥ 25 ଜଣଙ୍କ ମଧ୍ୟରୁ ବରୀ ବ୍ଲକରୁ ସର୍ବାଧିକ 4ମହିଳା ସମେତ 11ଜଣଥିବା ବେଳେ ବଡ଼ଚଣାରୁ 4,କୋରେଇରୁ 3, ଯାଜପୁର ବ୍ଲକରୁ 4 ଓ ଦଶରଥପୁର ବ୍ଲକରୁ ଜଣେ ସୁସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page