ଆସନ୍ତା କାଲି ଠାରୁ ସାମ୍ବାଦିକ ନେବେ ଟିକା

0

ଯାଜପୁର(ସଙ୍କେତ ଖବର) ଆସନ୍ତାକାଲି ତା ୬/୫/୨୦୨୧ ରିଖ ପୂର୍ବାହ୍ନ ୯ ଘଟିକା ସମୟରେ ଯାଜପୁର ଜିଲ୍ଲା ର ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର କରୋନା ପ୍ରତିରୋଧ ଟୀକାକରଣ ନିମ୍ନ ସ୍ଥାନରେ କରାଯିବ। ସଂପୃକ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଚଳିତ ବର୍ଷ ପାଇଁ ମିଳିଥିବା ନିଜ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦର୍ଶନ କରି ଟୀକା ନେଇ ପାରିବେ।

କେଉଁଠି ନେବେ ଟିକା?
୧) ବଡ଼ଚଣା, ଧର୍ମଶାଳା ଓ ରସୁଲପୁର ବ୍ଲକ ଅଂଚଳ ପ୍ରତିନିଧି ମାନଙ୍କ ପାଇଁ– ଜାରକା ପ୍ରେସ କ୍ଲବ, ଜାରକା
୨) କୋରେଇ, ଦାନଗଦି, ସୁକିନ୍ଦା ବ୍ଲକ ଓ ବ୍ୟାସନଗର ମୁନିସିପାଲ୍ଟି ପ୍ରତିନିଧି ମାନଙ୍କ ପାଇଁ — କଳିଙ୍ଗ ନଗର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟ ( KNDA office) ର ତଳ ମହଲା
୩) ଯାଜପୁର, ବିଂଝାରପୁର,ବରୀ, ଦଶରଥପୁର ବ୍ଲକ ଓ ଯାଜପୁର ମୁନିସିପାଲ୍ଟି ଅଂଚଳ ର ପ୍ରତିନିଧି ମାନଙ୍କ ପାଇଁ– ଯାଜପୁର ମୁନିସିପାଲ୍ଟି କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ତଳ ମହଲା।
ଅପର ପକ୍ଷରେ ଯେଉଁ ମାନଙ୍କ ର ସ୍ୱାସ୍ଥ୍ୟ ବୀମା କାର୍ଡ ନାହିଁ ଅଥଚ ସେମାନେ ସରକାରଙ୍କ ପଞ୍ଜିକୃତ ଗଣମାଧ୍ୟମ (approved media) ଭାବେ କାର୍ଯ୍ୟ କରୁଛନ୍ତି ସେମାନଙ୍କ authority letter ଓ validity press card ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କୁ ପ୍ରଦାନ କଲେ ସେ ସଂପର୍କରେ ଏକ ତାଲିକା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲାପାଳ ମହୋଦୟ ଅବଗତ କରାଇଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page