ବିଂଝାରପୁର;ଗ୍ରାମ୍ୟ ପରିଚାଳନା ପରିଷଦ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ଵର୍ଦ୍ଧନା
![](https://www.sanketkhabar.com/wp-content/uploads/2020/06/IMG-20200624-WA0032-1024x768.jpg)
ବିଂଝାରପୁର(ସଂକେତ ଖବର)
ମହାମାରୀ କରୋନା ମୁକାବିଲାରେ ନିଜ ଜୀବନକୁ ବାଜିଲଗାଇ କର୍ତ୍ତବ୍ୟକୁ ଆଗକରି ସାଧାରଣ ଲୋକଙ୍କ ପାଇଁ ଦିନରାତି କାର୍ଯ୍ୟ କରିଥିବା ୩୦ଜଣ କରୋନା ଯୋଦ୍ଧା ମାନଙ୍କୁ ମା’ ମଙ୍ଗଳା ଗ୍ରାମ୍ୟ ପରିଚାଳନା ପରିଷଦ ପକ୍ଷରୁ ସମ୍ଵର୍ଦ୍ଧିନା ଓ ସମ୍ମାନ ପ୍ରଦାନ କରାଯାଇଛି । ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ କାଞ୍ଜିଆପାଟଣା ଗ୍ରାମର ମା’ ମଙ୍ଗଳା ଗ୍ରାମ୍ୟ ପରିଚାଳନା ପରିଷଦର ସଭାପତି ବିଦ୍ୟାଧର ଦାସ, ଉପ ସଭାପତି ବଟକୃଷ୍ଣ ମଲିକ, ସଂପାଦକ ଭରତଚନ୍ଦ୍ର ମଲିକ, ସଭ୍ୟ ସୁଶାନ୍ତ କୁମାର ଦାସ, ମୋହନଚରଣ ଦାସ, ପ୍ରେମାନନ୍ଦ ଦାସ, ରଙ୍ଗାଧର ମଲିକ, ନାଏବ ସରପଞ୍ଚ ସୁରେନ୍ଦ୍ର ମଲିକ, ମନୋଜ ସାହୁଙ୍କ ସମେତ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସ୍ଥାୟୀ ସଭାପତି ବିଦ୍ୟାଧର ଦାସ ସଭାପତିତ୍ଵ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଡିଓ ମିନତି ଜଗଦେବ, ମୁଖ୍ୟ ବକ୍ତାଭାବେ ଆଇଆଇସି ଶିବଚରଣ ବେହେରା, ସମ୍ମାନୀତ ଅତିଥିଭାବେ \nସରପଞ୍ଚ ଗିତାଞ୍ଜଳୀ ଯେନା, ଡାକ୍ତର ହେମନ୍ତ କୁମାର ମହନ୍ତ, ବିପିଏମ ବିନୋଦ ବିହାରୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ରନାଥ ବେହେରା, ବ୍ଲକ ସଭାପତି ମୁରଲିଧର ବେହେରା, ନିରଂଜନ ଯେନା, ପଞ୍ଚାୟତ ସଭାପତି ପ୍ରମୋଦ କୁମାର ରଥ, ପୂର୍ବତନ ସମିତିସଭ୍ୟ ଅନୁପମା ଦାସ, ରମାକାନ୍ତ ପାଏଲ, ସୁଧିର କୁମାର ଭୂୟାଁ, ଓ ମନୋଜ ଦାସ ଯୋଗଦେଇ କରୋନା ଭଳି ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦିନରାତି ଏକ କରି ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ କାର୍ଯ୍ୟ କରୁଥିବା ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ, ପ୍ରଶାସନିକ ଅଧିକାରୀ, ପୁଲିସ, ସାମ୍ଵାଦିକ, ସାମାଜୀକ କର୍ମୀ, ଏଏନଏମ, ବିଦ୍ୟୁତ୍ କର୍ମଚାରୀ ଓ ଆଶାକର୍ମୀ ମାନଙ୍କୁ ପ୍ରସଂଶା କରିବା ସହ ସ୍ଵାସ୍ଥ୍ୟ ଅଧିକାରୀ ଭାବେ ଡାକ୍ତର ହେମନ୍ତ କୁମାର ମହନ୍ତଙ୍କୁ, ବିପିଏମ ବିନୋଦ ବିହାରୀ ସାହୁଙ୍କୁ, ଏଏନଏମ ସବିତା ମଲ୍ଲିକ ଓ ଗୋଲାପ ଦାସଙ୍କ ସମେତ ୯ଜଣ ଆଶାକର୍ମୀଙ୍କୁ ସମ୍ଵର୍ଦ୍ଧନା କରାଯାଇଛି । ସେହିପରି ପୁଲିସ କ୍ଷେତ୍ରରେ ଆଇଆଇସି ଶିବଚରଣ ବେହେରା, ଫାଣ୍ଡି ଅଧିକାରୀ ଗଣେଶଚନ୍ଦ୍ର ଘଡାଇ ଓ କର୍ମଚାରୀ ଭାବେ ପ୍ରଦୀପ କୁମାର ମଲ୍ଲିକ, ଜଜାତି କେଶରୀ ମଲିକ, ସେକ କମାଲୁଦ୍ଦିନ, ସାମ୍ଵାଦିକ କ୍ଷେତ୍ରରେ ସଂଦିପ୍ତ ରାୟ, ବିଜୟ ସାହୁ, ଦେବାଶିଷ ସାହୁ, ଅନିରୁଦ୍ଧ ବେଉରିଆ, ଆସ୍ମା ଖାତୁନଙ୍କୁ, ସାମାଜୀକ କର୍ମୀ ଭାବେ ମହେଶ ରାଉତ, ବିଦ୍ୟୁତ୍ କର୍ମଚାରୀ ଭାବେ ଲାଇନମ୍ୟାନ ବାଦଲ କୁମାର ସାମଲ, କର୍ମଚାରୀ ଭାବେ ସୌମ୍ୟରଂଜନ ପତି, ପରେଶ ମଲିକଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ଵର୍ଦ୍ଧନା କରାଯିବା ସହ ସମ୍ମାନ ପ୍ରଦାନ କରାଯାଇଥିଲା ।
ସଭା କାର୍ଯ୍ୟ ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମତୀ ଜଗଦେବଙ୍କ ଦ୍ଵାରା ସ୍ମୃତି ସ୍ତମ୍ଵରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରାଯିବା ସହ ଉପସ୍ଥିତ ଅତିଥିମାନେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସଦସ୍ୟ ମୋହନଚରଣ ଦାସଙ୍କ ପ୍ରସ୍ତାବ କ୍ରମେ ଗଲ୍ବାନ ଘାଟିରେ ସହିଦ ହୋଇଥିବା ଜବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ସମୁହ ନିରବ ପ୍ରାର୍ଥନା କରାଯାଇଥିଲା । ସାମାଜୀକ କର୍ମୀ ନିରଂଜନ ସାହୁ ସଭା ପରିଚାଳନା କରିଥିବା ବେଳେ ମୋହନଚରଣ ଦାସ ବିବରଣି ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବୁଜୀ ଦାସ, ପ୍ରତାପଚନ୍ଦ୍ର ନାଥ, ମୃଣୟ ଦାସ, ପ୍ରଶାନ୍ତ ନାଥ, ପ୍ରମୋଦ ବେହେରା, ବିଜୟ ନାଥ, ରାଜନ ନାଥଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।