ପଶ୍ଚିମ ବଡଚଣାର କରୋନା ଯୋଧ୍ୟା ସୋଲର ସରପଞ୍ଚ ନିଳମଣୀ ରାଉତ୍ ।

0

ବଡ଼ଚଣା(ସଙ୍କେତ ଖବର)

କରୋନା ଏପରି ଏକ ମହାମାରୀ ଯେ ଆକ୍ରାନ୍ତ ହେଲେ ମୃତ୍ୟୁ ସୁନିଶ୍ଚିତ।ଏସବୁ ଜାଣି ମଧ୍ୟ ଡାକ୍ତର, ପୋଲିସ ସହିତ ବ୍ୟକ୍ତି ଗତ ଭାବରେ କୌଣସି ପରିଣତ କୁ ଭୃକ୍ଷେପ ନକରି ନିରନ୍ତର ଲୋକଙ୍କ ସେବା କୁ ସେ ବ୍ରତ ଭାବରେ ଧରି ନେଇଛନ୍ତି।ଆମେ କହୁଛୁ ଯାଜପୁର ଜିଲ୍ଲାର ପଶ୍ଚିମ ବଡଚଣାର ସୋଲର ର ଯୁବ ସରପଞ ନିଳମଣୀ ରାଉତ୍ ଙ୍କ କଥା।ସବୁ ଠାରୁ ବଡ କଥା ହେଲା ସରକାରୀ ଅନୁଦାନକୁ ମାପଚୁପି ଉଚିତ ଦିଗରେ ବିନିଯୋଗ କରି ଅତି ଉତ୍ତମ ଭାବରେ ସଦଉପଯୋଗ କରିଛନ୍ତି।ସେ COVID-19 ପ୍ରବାସୀ ଙ୍କ ପାଇଁ କ୍ୱାରେଣ୍ଟ ସେଣ୍ଟର ହେଉ ବା ପ୍ରତିଷେଧକ ବ୍ୟବସ୍ଥା ହେଉ ସରକାରୀ ଅର୍ଥକୁ ତୋଷରପାତ୍ ନକରି ସହଜ,ସୁଲଭ ମୂଲ୍ୟରେ ଅତି ସୁନ୍ଦର ବ୍ୟବସ୍ଥା କରାଇଛନ୍ତି ନିଜ ପଞ୍ଚାୟତରେ।ଘର ଘର ବୁଲି ଲୋକଙ୍କୁ କରୋନା ମହାମାରୀ ର ନିରାକରଣ ସହିତ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ, ହାତ ଧୂଆ,ମୁହଁରେ ମାସ୍କ, ରୁମାଲ ବା ସଫା କପଡା ଢାଙ୍କିବାକୁ ଶପଥ କରାଉଛନ୍ତି।

ଏପରି କି ପିପିଟି ପରିଧାନ କରି କ୍ୱାରେଣ୍ଟିଂନ ସେଣ୍ଟରର ପରିସ୍କାର ପରିଛନ୍ନତା ଓ ଲୋକଙ୍କ ଖାଦ୍ୟପେୟ ର ଟିକିନିଖି ତଦାରଖ କରୁଛନ୍ତି।ଅସହାୟ ଲୋକଙ୍କୁ ନିଜ ହାତରେ ଖାଦ୍ୟ ପହଞ୍ଚାଇବା କାମରେ ଲାଗି ରହୁଛନ୍ତି।ସ୍ୱଳ୍ପ ଅର୍ଥ ବିନିଯୋଗ କରି ଉତ୍ତମ ସୁବିଧା ବ୍ୟବସ୍ଥା କରିଛନ୍ତି ନିଳମଣୀ।ଏ ଘଡିସନ୍ଧି ମୂହୁର୍ତ୍ତରେ ଲକ୍ ଡାଉନ୍ ଯୋଗୁଁ ଲୋକଙ୍କ ପାଇଁ କାମଧନ୍ଦା ଅଭାବ ସମୟରେ ନରେଗା ଯୋଜନା ରେ ଜବ୍ କାର୍ଡ ମାଧ୍ୟମରେ ପୋଖରୀ ଖୋଳା,ରାସ୍ତା ତିଆରି ଆଦି କାମରେ ନିୟୋଜିତ କରାଇ ଲୋକଙ୍କୁ କାମ ଯୋଗାଇଛନ୍ତି।ଲୋକଙ୍କ ସେବା କରି ନିଜକୁ ଧନ୍ୟ ମନେ କରୁଛି ବୋଲି ସରପଞ୍ଚ ନିଳମଣୀ ତାଙ୍କ ପତିକ୍ରିୟାରେ ପ୍ରକାଶ କରିଛନ୍ତି।ଅପରପକ୍ଷରେ ଅନେକ ଶ୍ରମିକ ଜବ୍ କାର୍ଡ ଦ୍ବାରା ଆମ ଭଳି ଗରୀବ ଖଟିଖିଆ ଶତାଧିକ ଲୋକଙ୍କୁ କାମ ଦେଇ ଆମ ସରପଞ୍ଚ ମହତ କାର୍ଯ୍ୟ କରୁଛନ୍ତି, ଭଗବାନ ତାଙ୍କୁ ସହାୟ ହୁଅନ୍ତୁ ବୋଲି ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page