ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ତରଫରୁ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧିତ
![](https://www.sanketkhabar.com/wp-content/uploads/2020/08/IMG-20200814-WA0075-1024x472.jpg)
ପାଣିକୋଇଲି(ସଂକେତ ଖବର): ସାରା ବିଶ୍ବରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ି ଚାଲିଛି । ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବାବେଳେ କୋଟି କୋଟି ସଂକ୍ରମିତ ହେଉଛନ୍ତି । ଏଭଳି ସମୟରେ ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କ ସେବାରେ ଦିନ ରାତି ଲାଗିଥିବା କୋଭିଡ ଯୋଦ୍ଧାଙ୍କ ମନୋବଳ ସୁଦୃଢ଼ କରିବାକୁ ଓଡିଶା ବ୍ରାହ୍ମଣ ସମିତି ଓ ରାଷ୍ଟ୍ରୀୟ ବ୍ରାହ୍ମଣ ମହାସଂସ୍ଥା ଉଦ୍ୟମ ଜାରି ରଖିଛି। ଏହି ଅବସରରେ ଅ।ଜି ପାଣିକୋଇଲି ଥାନା ଅଧିକାରିଣୀ ସସ୍ମିତା ସାହୁ,ଏସଅ।ଇ ପୁଷ୍ପଲତା ବେହେରା ଓ ଏଏସଅ।ଇ ଏସକେ ସୟେଦ୍ ବକ୍ସଙ୍କୁ କରେ।ନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି ।
ଥାନା ପରିସରରେ ସଂସ୍ଥାର ରାଷ୍ଟ୍ରୀୟ ବରିଷ୍ଠ ସଂଗଠକ ପ୍ରାଚାର୍ଯ୍ୟ ମନୋଜ ପାଣିଗ୍ରାହୀ,ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ ଅ।ଚାର୍ଯ୍ୟ ଅଶୋକ ମିଶ୍ର,ଓଡିଶା ପ୍ରଦେଶ ଉପାଧ୍ୟକ୍ଷ ଅ।ଚାର୍ଯ୍ୟ ଅରୂପାନନ୍ଦ କର,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅ।ଚାର୍ଯ୍ୟ ରାଜେନ୍ଦ୍ର ଦାଶ,ଓଡିଶା ପ୍ରଦେଶ ସଚୀବ ଅ।ଚାର୍ଯ୍ୟ ଦୀପକ୍ ଷଡଙ୍ଗୀ, ପଣ୍ଡିତ ପ୍ରଭାକର ପାଣିଗ୍ରାହୀ, ତପନ ମିଶ୍ର, ପ୍ରକାଶ ଚନ୍ଦ୍ର ଦାଶ, କୁନାଚନ୍ଦ୍ର ପାଢ଼ୀ, ଶରତ ଚନ୍ଦ୍ର କର, ଯାଜପୁର ଜିଲା ମିଡିଅ। ପ୍ରଭାରୀ ଚିନ୍ତାମଣି ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ, ଉପଢ଼ୌକନ, ମାନପତ୍ର ପ୍ରଦାନ କରି ସେମାନଙ୍କୁ ସମ୍ବର୍ଦ୍ଧନା କରିବା ସହିତ ମଙ୍ଗଳାଚଣଣ ଓ ଅ।ଶୀର୍ବଚନ ପ୍ରଦାନ କରିଥିଲେ । କରୋନା ଯୋଦ୍ଧାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହିତ ଏହି ଯୁଦ୍ଧ ପାଇଁ ସେମାନଙ୍କ ମନୋବଳ ଅ।ହୁରି ସୁଦୃଢ଼ ହେଉ ବୋଲି ପ୍ରାର୍ଥନା କରିଥିଲେ ।