କୋଭିଡ଼ ନିୟମ ଭଲଙ୍ଘନ : ଭୋଜି ରାନ୍ଧି ଦେଲେ ୨୦ ହଜାର ଜୋରିମାନା
![](https://www.sanketkhabar.com/wp-content/uploads/2021/05/1622026658905.jpg)
ବାଲିଗୁଡା (ସଙ୍କେତ ଖବର): କୋଭିଡ ନିୟମ ଉଲ୍ଲଘଂନ ଲଙ୍ଘନ କରି ବିବାହ ଉତ୍ସବ କରି ଭୋଜି ରାନ୍ଧି ଶେଷରେ ୨୦ ହଜାର ଟଙ୍କା ତଣ୍ଡ ଗଣିଥିବା ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର ବପଲମେଣ୍ଡି ପଞ୍ଚାୟତର ସିର୍କାକୁଟି ଗ୍ରାମରେ। କୋଭିଡ଼ ନିୟମକୁ ଫୁ କରି ଏହି ଗ୍ରାମରେ ବିନା ଅନୁମତିରେ ବିବାହ ଉତ୍ସବ ଆୟୋଜନ କରି ଭୋଜିରନ୍ଧା ଚାଲିଥିଲା। ବହୁ ବନ୍ଧୁ ପରିଜନ ସାଙ୍ଗସାଥି ଯୋଗ ଦେଇଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଚକାପାଦ ତହସିଲଦାର ମଧୁସ୍ମିତ ବେହେରା, ବିଡିଓ ଅନୀଲ କୁମାର ପଟନାୟକ, ଲାଲନପଡ଼ା ପାଣ୍ଡି ପୋଲିସ ମିଳିତ ଭାବେ ଚଢାଉ କରି ସେଠାରେ ଭୋଜି ଚାଲିଥିବା ଦେଖିଥିଲେ । ଏନେଇ ଭୋଜି କର୍ତ୍ତା ବାଞ୍ଛାନିଧି କହଁରଙ୍କୁ ତାଗିଦ କରିବା ସହ ତାଙ୍କଠାରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏତେ ସଚେତନତା ସତ୍ଵେ କିଛି ଅମାନିଆ ଲୋକେ କୋଭିଡ଼ନିୟମ ଉଲଙ୍ଘନ କରୁଛନ୍ତି ଆଉ ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଚକାପାଦ ବିଡିଓ ଅନିଲ ପଟ୍ଟନାୟକ କହିଛନ୍ତି । ସେହିପରି ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାନିଟାଇଜ ବ୍ୟବହାର କରିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା ଲାଗି ପରାମର୍ଶ ଦିଆଯାଉଛି । ଲୋକେ ସରକାରଙ୍କ କୋଭିଡ଼ ନିୟମକୁ ପାଳନ କଲେ କରେନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ନିୟନ୍ତ୍ରଣରେ ରହିବ। ଏଣୁ ସମସ୍ତ ଜନସାଧାରଣ କରୋନା କଟକଣା ମାନି ପ୍ରଶାସନକୁ ସହଯୋଗ କରିବାପାଇଁ ବିଡିଓ ଅନୀଲ ପଟ୍ଟନାୟକ ଓ ତହସିଲଦାର ମଧୁସ୍ମିତା ବେହେରା ପରାମର୍ଶ ଦେଇଛନ୍ତି ।