ପାର୍ବଣ ଋତୁ ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ଼ଲାଇନ

0

ଭୁବନେଶ୍ୱର (ସଙ୍କେତ ଖବର): ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାରି ହୋଇଛି ଗାଇଡ଼ଲାଇନ। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଗାଇଡ଼ଲାଇନ ଅନୁପାଳନ ସହ କାର୍ତ୍ତିକ ମାସ ପାଇଁ ରହିଛି ସ୍ୱତନ୍ତ୍ର ଆଡ଼ଭାଇଜରି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଓ ସିମିତ କର୍ମକର୍ତ୍ତାଙ୍କୁ ନେଇ କାଳୀ ପୂଜା ଓ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ଅନୁମତି। ଆୟୋଜକଙ୍କୁ କମିଶନରେଟ ପୋଲିସ ଠାରୁ ଅନୁମତି ନେବା ଜରୁରୀ। ବିଏମସି ପକ୍ଷରୁ ହୋଇଥିବା କୃତ୍ରିମ ଜଳାଶୟରେ ହେବ ବିସର୍ଜନ। ବିସର୍ଜନ ସମୟରେ ସର୍ବାଧିକ ୧୦ଜଣ ରହିବାକୁ ଅନୁମତି ମିଳିଛି। ଶୋଭାଯାତ୍ରା, ରୋଷଣୀ ବାଜା ଆଦି କିଛି ହେବ ନାହିଁ। ବିସର୍ଜନରେ ସାମିଲ ହେବାକୁ ଥିବା ସମସ୍ତେ ଡବଲ ଡୋଜ ଟିକା ନେଇଥିବା ସହ ଟେଷ୍ଟିଂ କରିଥିବା ଜରୁରୀ। ପବିତ୍ର କାର୍ତ୍ତିକ ମାସରେ ହବିଶିଆଳିଙ୍କ ପାଇଁ ଜାରି ହୋଇଛି କଟକଣା। ମାସ ତମାମ ମନ୍ଦିରରେ ଗହଳି କରିବାକୁ ମନା। କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ରହିଛି ନିର୍ଦେଶ। ବିଏମସି କମିଶନର ସଞ୍ଜୟ କୁମାର ସିଂଙ୍କ ଦ୍ୱାରା ଗାଇଡ଼ଲାଇନ ଜାରି। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ତଥା ସଂଗଠନ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *

You cannot copy content of this page