ବ୍ୟାସନଗର(ସଂକେତ ଖବର) ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ୍ ଜାଭିୟର୍ସ୍ ହାଇସ୍କୁଲରେ ୫ ଅପ୍ରେଲ ମଙ୍ଗଳବାର ଦିନ ୧୨ ବର୍ଷରୁ ଊର୍ଦ୍ଧ୍ବ ୧୫ବର୍ଷ ଯାଏଁ ପିଲାମାନଙ୍କୁ କୋଭିଡ ଟୀକା ‘କୋର୍ଭାକ୍ସ’ ପ୍ରଦାନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ ୪ଜଣିଆ ସରକାରୀ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ହୋଇ ପିଲାମାନଙ୍କୁ ଶୃଙ୍ଖଳାର ସହ ଟୀକା ଦେବାର ବ୍ୟବସ୍ଥା କରିଥିଲେ । କରୋନା ପ୍ରତି ସଚେତନ ଥିବା ଯାଜପୁର ଅଞ୍ଚଳର ବହୁ ଅଭିଭାବକ ନିଜ ପିଲାମାନଙ୍କୁ କୋଭିଡ ଟୀକା ଦେବାର ଚଞ୍ଚଳତା ଅତି ପ୍ରଶଂସନୀୟ ଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଏଇ ଟୀକା ନେବାର ସୁଯୋଗ ପାଇଥିଲେ ।

ଚଳିତ ବର୍ଷର ନୂଆ ଶିକ୍ଷା ଅଧୂବେଶନ ଆରମ୍ଭ ହୋଇ ବିଦ୍ୟାଳୟଗୁଡ଼ିକ ଖୋଲି ଯାଇ ଥିବାରୁ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ପିଲାମାନଙ୍କୁ ଭ୍ୟାକ୍ସିନ୍ ଦେଇ ସ୍କୁଲକୁ ପଠେଇବାକୁ ଅଭିଭାବକମାନେ ତତ୍ପରତା ଦେଖାଉଥିବା ଦେଖିବାକୁ ମିଳିଛି । ତେବେ ଟୀକାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାନ୍ୟ ଭୟ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଟୀକା ସେମାନଙ୍କ ପାଇଁ କେତେ ମୂଲ୍ୟବାନ ତାହା ବୁଝିପାରିଛନ୍ତି । ପ୍ରବଳ ଖରା ହେତୁ ଅନ୍ୟ ଭାକ୍ସିନ୍ ପ୍ରଦାନ ସେଣ୍ଟର ଗୁଡିକରେ ପ୍ରବଳ ଭିଡ଼ ହେଉଥିବାରୁ ବିଦ୍ୟାଳୟ ତରଫରୁ ଏଇ ସୁବିଧା ଯୋଗାଇଦିଆ ଯାଇ ଶୃଙ୍ଖଳାର ସହ ଟୀକା ଦିଆଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତଥା ଅଭିଭାବକଙ୍କ ଭିତରେ ସନ୍ତୁଷ୍ଟି ଦେଖୁବାକୁ ମିଳିଛି । ବିଦ୍ୟାଳୟର ସମ୍ପାଦକ ରାଜୀବ ମହାନ୍ତି ଏଥପାଇଁ ଅଭିଭାବକ ତଥା ଅଧ୍ୟକ୍ଷ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You cannot copy content of this page