ପୂର୍ବତନ ରଣଜୀ କ୍ରିକେଟର୍ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ।

0

ଭୂବନେଶ୍ୱର(ସଙ୍କେତ ଖବର): ବାପାଙ୍କ ପରେ ଆଖି ବୁଝିଲେ ପୁଅ । ପୂର୍ବତନ ରଣଜୀ କ୍ରିକେଟର ତଥା ବିସିସିଆଇ ରେଫରି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । କୋଭିଡ୍ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଥିଲେ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ପ୍ରଶାନ୍ତ ହେଉଛନ୍ତି ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ। ଓଡ଼ିଶା କ୍ରିକେଟ୍ ଜଗତ ପାଇଁ ଅପୂରଣୀୟ କ୍ଷତି। ସେ ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ୍ ଖେଳିଥିଲେ। ନିଜ ବ୍ୟାଟିଂ ଷ୍ଟାଇଲକୁ ନେଇ ସେ ଖୁବ୍ ପରିଚିତ ଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page