ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ,ନଦୀ କୂଳରେ ବୁଲୁଛି କୁମ୍ଭୀର

0

ଯାଜପୁର(ସଙ୍କେତ ଖବର): ଯାଜପୁର ଦଶରଥପୁର ଦତ୍ତପୁର ପଂଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର। ଗ୍ରାମବାସୀ ଭୟବିତ । ଦୁଇଦିନ ତଳେ ହେମନ୍ତପୁର ରେ କୁମ୍ଭୀର ଦେଖା ଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ପୁଣି ଆଜି ବାଲିପାଟଣା ଗାଁ ନିକଟରେ ଦେଖାଦେଇଛି ଏହି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ବନ୍ୟା ଜଳରେ କୁମ୍ଭୀରଟି ଚାଲି ଆସିଥିବା ଅନୁମାନ କରାଯାଉଛି। ତୁରନ୍ତ ଏହି କୁମ୍ଭୀରଟିକୁ ଧରି ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

You cannot copy content of this page