ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ସାଇକେଲ ଶୋଭାଯାତ୍ରା

0

ପୁରୀ (ସଂକେତ ଖବର) ଶୁକ୍ରବାର ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ସାଇକେଲ ଶୋଭାଯାତ୍ରା କୁ ଶ୍ରୀମନ୍ଦିର ନିକଟରୁ ପୁରୀ ଷ୍ଟାଡିୟମ ଅଭିମୁଖେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଷ୍ଟାଡିୟମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥି ମାନେ ସାଇକେଲ ଚାଳନା ର ଉପକାରିତା ଓ ଶରୀରକୁ ସୁସ୍ଥ ରଖିବାରେ ସାଇକେଲ ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ମାନସ ରଂଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ,ଗଣମାଧ୍ୟମ ପ୍ରତିନିଧି ନୃସିଂହ ଚରଣ ମହାନ୍ତି, ବିଜୟ ପଟ୍ଟନାୟକ, ସୁଇମିଂ କୋଚ ରାଜୀବ ଲୋଚନ ଦାସ, ପ୍ରଶାନ୍ତ ମିଶ୍ର, ମନୋରଞ୍ଜନ ସୁନ୍ଦର ରାୟ ପ୍ରମୁଖ ସାଇକେଲ ଚାଳନା ର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏନ୍ ଏସ୍ ଏସ୍ ଅଫିସର ଶ୍ରୀ ସୁକାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ। ଏହି ଅବସରରେ କ୍ରୀଡ଼ାବିତ ଶ୍ରୀ ମନୋଜ କୁମାର ପ୍ରଧାନ ଓ ଶ୍ରୀ ଶଶି ଭୂଷଣ ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ନେହେରୁ ଯୁବ କେନ୍ଦ୍ର ସ୍ବେଛାସେବୀ ପ୍ରମୁଖ ସାଇକେଲ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You cannot copy content of this page